ETV Bharat / bharat

ସମୀର ୱାଙ୍ଖଡେ ଲାଞ୍ଚ ମାମଲା, ତଦନ୍ତ ନେତୃତ୍ବ ନେବେ ACP ମିଲିନ୍ଦ ଖେତଲେ - ଏସିପି ମିଲିନ୍ଦ ଖେତଲେ

NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ୨୫ କୋଟି ଲାଞ୍ଚ ମାମଲା । ଏହି ମାମଲାର ଯାଞ୍ଚ କରିବ ACP ମିଲିନ୍ଦ ଖେତଲେଙ୍କ ନେତୃତ୍ବାଧୀନ ଟିମ୍ । ଅଧିକ ପଢନ୍ତୁ...

ସମୀର ୱାଙ୍ଖଡେ ଲାଞ୍ଚ ମାମଲା, ତଦନ୍ତ କରିବେ ACP ମିଲିନ୍ଦ ଖେତଲେ ନେତୃତ୍ବାଧୀନ ଟିମ୍

author img

By

Published : Oct 28, 2021, 8:35 AM IST

ମୁମ୍ବାଇ: NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ୨୫ କୋଟିର ଲାଞ୍ଚ ମାମଲା । ମୁମ୍ବାଇର ଭିନ୍ନ ଭିନ୍ନ ଥାନାରେ ସମୀରଙ୍କ ବିରୁଦ୍ଧରେ ହୋଇଛି ଅଭିଯୋଗ । ଯାହାର ବର୍ତ୍ତମାନ ତଦନ୍ତ କରିବେ ACP ମିଲିନ୍ଦ ଖେତଲେଙ୍କ ନେତୃତ୍ବାଧୀନ ଟିମ୍ । ଏହି ମାମଲାରେ ଗତକାଲି ଦିଲ୍ଲୀରୁ ଆସିଥବା NCBର ସ୍ବତନ୍ତ୍ର ୫ ଜଣିଆ ଟିମ୍ ସମୀରଙ୍କୁ ମାରାଥନ ଜେରା କରିଥିଲେ ।

ଏନେଇ ମୁମ୍ବାଇ ପୋଲିସ ଏକ ବିବୃତ୍ତି ଜରିଆରେ କହିଛି, ମୁମ୍ବାଇର ଚାରୋଟି ପୋଲିସ ଷ୍ଟେସନରେ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ଲାଞ୍ଚ ନେବାର ଅଭିଯୋଗ ହୋଇଛି । ବର୍ତ୍ତମାନ ACP ମିଲିନ୍ଦ ଖେତଲେଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ସମୀରଙ୍କ ଉପରେ ହୋଇଥିବା ଅଭିଯୋଗର ତଦନ୍ତ କରିବେ ।

ବୁଧବାର ଏହି ଲାଞ୍ଚ ମାମଲାରେ ତଦନ୍ତକାରୀ ଟିମର ଡେପୁଟି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂ କହିଛନ୍ତି, ସମୀର ଲାଞ୍ଚ କାରବାର କରୁଥିବାର ନିର୍ଦ୍ଧିଷ୍ଟ ଓ ଉପଯୁକ୍ତ ପ୍ରମାଣ ନ ମିଳିବା ଯାଏଁ ସେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବରେ ରହିବେ । ତାଙ୍କୁ କୌଣସି ପ୍ରକାରେ ଏହି ତଦନ୍ତ ଦାୟିତ୍ବରୁ ନିବୃତ୍ତ କରାଯିବା ନାହିଁ ।

ସୂଚନାଯୋଗ୍ୟ, ପ୍ରଭାକର ସେଲ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ କରିଥିବା ଲାଞ୍ଚ କାରବାର ଅଭିଯୋଗର ତଦନ୍ତ ପାଇଁ ଜ୍ଞାନେଶ୍ବର ସିଂଙ୍କ ନେତୃତ୍ବରେ ଏକ ଟିମ୍ ମୁମ୍ବାଇରେ ହିଁ ଅଛନ୍ତି । ଗତକାଲି(ବୁଧବାର) ୱାଙ୍ଖଡେଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା ଟିମ୍ । କହିରଖୁଛୁ କି ପ୍ରଭାକର ସେଲ ଯିଏକି ଏନସିବିର ବଡିଗାର୍ଡ ଅଟନ୍ତି, ସେ କ୍ରୁଜ ଡ୍ରଗ୍ସ କେସର ସାକ୍ଷୀ ମଧ୍ୟ । ପ୍ରଭାକରଙ୍କ ସମେତ ସୁଧା ଦ୍ବିବେଦୀ, କନିଷ୍କ ଜେନ ଏବଂ ନିତିନ ଦେଶମୁଖ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ।

ଜ୍ଞାନେଶ୍ବର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଏନସିବିର ଏକ ପାଞ୍ଚ ଜଣିଆ ଟିମ୍ ବୁଧବାର ପ୍ରଭାକର ସେଲଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ପ୍ରମୁଖ ସାକ୍ଷୀ କେପି ଗୋସାଭୀ ଏବଂ ସେଲଙ୍କୁ ନୋଟିସ ଦେବାକୁ ଆମେ ସାଉଥୱେଷ୍ଟ ରିଜିଅନ ଅଫିସକୁ ଅନୁରୋଧ କରିଥିଲୁ । ମାତ୍ର ସେମାନଙ୍କ ସହ ଯୋଗଯୋଗ ହୋଇପାରିଲା ନାହିଁ । ତେଣୁ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରୁଛୁ କି ବାନ୍ଦ୍ରାସ୍ଥିତ CRPF ମେସ ଠାରେ କ୍ୟାମ୍ପିଂ କରୁଥିବା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ ଆଗରେ ସେମାନେ ପ୍ରମାଣ ଉପସ୍ଥାପନ କରନ୍ତୁ । ଗତକାଲ ସମୀର ୱାଙ୍ଖଡେଙ୍କୁ ମାରାଥନ ଜେରା କରାଯାଇଛି । ସେ ମଧ୍ୟ ଟିମ୍ ଆଗରେ ବହୁ ତଥ୍ୟ ରଖିବା ସହ କେସ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ମଧ୍ୟ ଉପସ୍ଥାପନ କରିଛନ୍ତି । ତେବେ ଯଦି ଆବଶ୍ୟକ ହୁଏ ତାଙ୍କୁ ପୁନର୍ବାର ଜେରା କରାଯିବ ବୋଲି ଜ୍ଞାନେଶ୍ବର ସିଂ ଜଣାଇଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.