ମୁମ୍ବାଇ : ନକଲି ବିଦେଶୀ ମୁଦ୍ରା ଜବତ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ (Mumbai Crime Branch Unit 11) । ତେବେ ଜବତ ହୋଇଥିବା ମୁଦ୍ରାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ କହିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ।
ଏହାସହ ଲାପଟପ୍, ସାତୋଟି ଫୋନ୍, ନଗଦ ଟଙ୍କା, ଏକ କାର୍ ଏବଂ ଏକ ସିମ୍ କାର୍ଡ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ମୁମ୍ବାଇ କାଣ୍ତିଭାଲିରେ ନକଲି ବିଦେଶୀ ମୁଦ୍ରା କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଯୋଜନା ମୁତାବକ ସେହି ସ୍ଥାନରେ ରେଡ ମାରିଥିଲେ କ୍ରାଇମବ୍ରାଞ୍ଚର ଅଧିକାରୀ ।
ଏହାବି ପଢନ୍ତୁ :Encounter: ସାଧାରଣତନ୍ତ୍ର ଦିବସରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀରେ ୨ ଆତଙ୍କୀ
ଏହି ରାକେଟରେ ୭ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା । ତେବେ ୭ ଅଭିଯୁକ୍ତଙ୍କୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନିଆଯାଇଛି । ତେବେ, ନକଲି ନୋଟ ଗୁଡିକରେ କିଛି ଅସଲି ନୋଟ ମିଶାଇ ମାର୍କେଟରେ କାରବାର କରିବା ନେଇ ଯୋଜନା କରିଥିଲା ଏ ରାକେଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ