ETV Bharat / bharat

Hanuman Chalisa Controversy: ଆସନ୍ତାକାଲିକୁ ଘୁଞ୍ଚିଲା ରାଣା ଦମ୍ପତିଙ୍କ ଜାମିନ ରାୟ - ରାଣା ଦମ୍ପତିଙ୍କ ଜାମିନ ରାୟ ଶୁଣାଣି

ରାଣା ଦମ୍ପତିଙ୍କ ଜାମିନ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ମୁମ୍ବାଇ ଅଧିବେଶନ କୋର୍ଟ । ଆସନ୍ତା 4 ତାରିଖରେ ହେବ ରାୟ ଶୁଣାଣି । ଅଧିକ ପଢ଼ନ୍ତୁ

mumbai court puts off order on rana couple bail pleas hearing
Hanuman Chalisa Controversy: ରାଣା ଦମ୍ପତିଙ୍କ ଜାମିନ ରାୟ ଆସନ୍ତାକାଲିକୁ ଘୁଞ୍ଚିଲା
author img

By

Published : May 3, 2022, 1:58 PM IST

ମୁମ୍ବାଇ: ଅମରାବତୀ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣାଙ୍କୁ ଏଯାଏ ଆଶ୍ବସ୍ତି ମିଳିନାହିଁ । ରାଣା ଦମ୍ପତିଙ୍କ ଜାମିନ ଆବେଦନ ଉପରେ ଗତକାଲି (ସୋମବାର) ମୁମ୍ବାଇ ଅଧିବେଶନ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି । ଉଭୟଙ୍କ ଜାମିନ ବାବଦରେ ଆସନ୍ତା 4 ତାରିଖରେ କୋର୍ଟ ରାୟ ପ୍ରଦାନ କରିବେ ବୋଲି ସୂଚନା ରହିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସ ଭବନ ମାତୋଶ୍ରୀ ସମ୍ମୁଖରେ ରାଣା ଦମ୍ପତି ହନୁମାନ ଚାଳିସା ପାଠ ନେଇ ଘୋଷଣା କରିଥିଲେ । ଏହାପରେ ଜୋରଦାର ହଙ୍ଗାମା ହୋଇଥିଲା ଏବଂ ଦୁହିଁଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା । ନବନୀତ ବର୍ତ୍ତମାନ ବାଇକୁଲ୍ଲା ମହିଳା କାରାଗାରରେ ଥିବାବେଳେ ରବି ରାଣା ତଲୋଜା ଜେଲରେ ଅଛନ୍ତି ।

ସେମାନଙ୍କ ଜାମିନ ଆବେଦନ ଉପରେ ବରିଷ୍ଠ ଆଇନଜୀବୀ ଆବାଦ ପୋଣ୍ଡା ଏବଂ ଓକିଲ ରିଜୱାନ ମର୍ଚ୍ଚାଣ୍ଟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ପୋଲିସ ଯେଉଁ ଦାବି କରିଛି ସେଥିରେ କୌଣସି ଯୁକ୍ତି ନାହିଁ । ଦେଶର ନାଗରିକ ଭାବେ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି । ହନୁମାନ ଚାଳିସା ପଢ଼ିବା ଦ୍ବାରା କୌଣସି ପ୍ରକାର ହିଂସା ସୃଷ୍ଟି ହୋଇନଥାଏ । ତେଣୁ ସେମାନେ ହିଂସା ଘଟାଇଥିବାର ଏଯାଏ କୌଣସି ପ୍ରମାଣ ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.