ETV Bharat / bharat

ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ପଳାତକ ଘୋଷିତ - Param Bir Singh

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ପଳାତକ ଘୋଷିତ । ୩୦ ଦିନ ମଧ୍ୟରେ ଆତ୍ମସମର୍ପଣ ନକଲେ ସମ୍ପତ୍ତି ବ୍ୟାଜାପ୍ତି ଆରମ୍ଭ କରିବ ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ପଳାତକ ଘୋଷିତ

author img

By

Published : Nov 17, 2021, 10:09 PM IST

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରାଯାଇଛି । ଆଜି(ବୁଧବାର) ମୁମ୍ବାଇର ଏକ କୋର୍ଟ ପରମବୀରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ପଳାତକ ଘୋଷଣା କରିଛନ୍ତି । ମୁମ୍ବାଇ ନଗର ପୋଲିସ ଦ୍ବାରା ପରମବୀରଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ନେଇ ମମାଲା ଦାଏର କରାଯାଇଥିଲା ।

ଗୋରେଗାଓଁ ପୋଲିସ ଦ୍ବାରା ପଞ୍ଜିକୃତ ହୋଇଥିବା ଚାନ୍ଦା ଆଦାୟ ମାମଲାରେ ପୂର୍ବତନ କମିଶନର ପାରାମବୀର ସିଂଙ୍କୁ ପଳାତକ ଅପରାଧୀ ବୋଲି ଘୋଷଣା କରିବାକୁ ମୁମ୍ବାଇ ପୋଲିସ ଶନିବାର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆବେଦନ କରିଥିଲା । ​​ଅନ୍ୟ ଦୁଇ ଅଭିଯୁକ୍ତ ବିନୟ ସିଂ ଏବଂ ରିୟାଜ ଭାଟିଙ୍କୁ ମଧ୍ୟ ଏହି ତାଲିକାରେ ଦର୍ଶାଇଲା ମୁମ୍ବାଇ ପୋଲିସ ।

ତେବେ କୋର୍ଟଙ୍କ ପକ୍ଷରୁ ଏପରି ଘୋଷଣା ପରେ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ମୁମ୍ବାଇ ପୋଲିସ ବିଜ୍ଞାପନ ଜାରି କରିବ । ତେବେ ଗିରଫ ପରଓ୍ବାନା ଜାରି ହେବାର 30 ଦିନ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବ ପୋଲିସ । ଏହି ଅବଧି ମଧ୍ୟରେ ପଳାତକ ଘୋଷିତ ଅଭିଯୁକ୍ତମାନେ ଆତ୍ମସମର୍ପଣ ନକଲେ ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି ଆରମ୍ଭ କରିବ ପୋଲିସ ।

ଏହି ଚାନ୍ଦା ଆଦାୟ ମାମଲାରେ ୨ ଅଭିଯୁକ୍ତଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ କୋର୍ଟ ଗତ ମାସରେ ଜାମିନ ବିହୀନ ଗିରଫ ପରଓ୍ବାନା (NBW)ଜାରି କରିଥିଲେ। ଅକ୍ଟୋବରରେ ପରମବୀର ସିଂଙ୍କ ବିରୋଧରେ ଥାଣେର ଏକ କୋର୍ଟ ମଧ୍ୟ NBW ଜାରି କରିଥିଲେ। ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଏକ ମାମଲାରେ ଗତ ସପ୍ତାହରେ ତାଙ୍କ ବିରୋଧରେ ତୃତୀୟ NBW ଜାରି କରାଯାଇଥିଲା । ତେବେ ପରିଶେଷରେ ଆଜି ତାଙ୍କୁ ପଳାତକ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.