ETV Bharat / bharat

Most wanted ଆତଙ୍କୀ ଗିରଫ, 29 ବର୍ଷ ଧରି ଖୋଜୁଥିଲା ଭାରତ

author img

By

Published : Feb 4, 2022, 11:05 PM IST

Updated : Feb 5, 2022, 6:49 AM IST

ଆତଙ୍କବାଦୀ ମୂଳପୋଛ ଅଭିଯାନରେ ଆଜି ଭାରତକୁ ଏକ ବଡ ସଫଳତା ମିଳିଛି । ଦେଶର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା 1993 ସିରିଏଲ ବୋମ ବ୍ଲାଷ୍ଟରେ ସାମିଲ ଆତଙ୍କିକୁ ଧରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

Most wanted
Most wanted

ନୂଆଦିଲ୍ଲୀ: ଆତଙ୍କବାଦୀ ମୂଳପୋଛ ଅଭିଯାନରେ ଆଜି ଭାରତକୁ ଏକ ବଡ ସଫଳତା ମିଳିଛି । ଦେଶର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା 1993 ସିରିଏଲ ବୋମ ବ୍ଲାଷ୍ଟରେ ସାମିଲ ଆତଙ୍କିକୁ ଧରିବାରେ ସଫଳ ହୋଇଛି । 1993 ରେ ହୋଇଥିବା ଏହି ଭୟଙ୍କର ଧମାକାରେ ମୋଟ 12 ଟି ବୋମା ବିସ୍ପୋରଣ ହୋଇଥିବା ବେଳେ, ଏଥିରେ 257 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ 713 ଲୋକ ଗମ୍ଭୀର ରୂପେ ଆହତ ହୋଇଥିଲେ ।

ଗିରଫ ହୋଇଥିବା ଆତଙ୍କବାଦୀ ହେଉଛି ଅବୁ ବକ୍ର । ତାକୁ ୟୁଏଇରୁ ଭାରତୀୟ ତଦନ୍ତକାରୀ ଅଧିକାରୀ ଓ ଏଜେନ୍ସୀ ଧରିବାରେ ସଫଳ ହୋଇଛନ୍ତି । ଅବୁ POK ରେ ଏକାଧିକ ଆତଙ୍କି ତାଲିମ କେନ୍ଦ୍ରରେ ତାମିଲ ଦେବା ସବ ଭାରତରେ ଥିବା ଆତଙ୍କିଙ୍କୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଠାଉଥିଲା । ଅବୁ ଉଭୟ ପାକିସ୍ତାନ ଓ ୟୁଏଇରେ ଲୁଚି ରହୁଥିଲା । ତେବେ ଭାରତୀୟ ଗୁଇନ୍ଦା ରିପୋର୍ଟ ଆଧାରରେ ଭାରତୀୟ ଅଧିକାରୀ ହିଁ ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଖୁବଶୀଘ୍ର ତାକୁ ଭାରତକୁ ଆଣିବ ତଦନ୍ତାକାରୀ ଏଜେନ୍ସୀ ।

ଅବୁକୁ 2019 ରେ ମଧ୍ୟ ୟୁଏଇରେ ଗିରଫ କରାଯାଇଥିଲା । ହେଲେ ସେଠାକାର ଆଇନଗତ ପ୍ରକ୍ରିୟାକୁ ଉପଯୋଗ କରି ସେ ମୁକୁଳିବାରେ ସଫଳ ହୋଇଥିଲା । ତେବେ ବର୍ତ୍ତମାନ ଭାରତୀୟ ଅଧିକାରୀ ଗିରଫ କରିଥିବାରୁ ଅବୁ ଆଉ ଖସିବାର କୌଣସି ରାସ୍ତା ନାହିଁ । ସ୍ଥାନୀୟ ଆଇନଗତ ପ୍ରକ୍ରିୟା ଶେଷ ହେବାପରେ ଖୁବଶୀଘ୍ର ତାକୁ ଭାରତ ଅଣାଯିବ । 29 ବର୍ଷ ଧରି ଦେଶର ମୋଷ୍ଟ ୱାଣ୍ଟେଡ ଥିବା ଅବୁ କୁ ଭାରତୀୟ ଅଧିକାରୀ ଜେରା କରିବେ ।

ଗିରଫ ହୋଇଥିବା ଆତଙ୍କ ଅବୁର ପୁରା ନା ହେଉଛି ଅବୁ ବକ୍ର ଅବଦ୍ଦୁଲ ଗଫୁର ଶେଖ । ସେ ନିଜର ସହଯୋଗୀ ମହମ୍ମଦ ମୁସ୍ତାଫା ସହ ମିଶି ଉପସାଗରୀୟ ଦେଶରେ ବିଭିନ୍ନ ସାମଗ୍ରୀର ଚୋରା ଚାଳଣା କରୁଥିଲା । ଏହାସହ ଦାଉଦ ଇବ୍ରାହିମର ମଧ୍ୟ ପ୍ରମୁଖ ସହଯୋଗୀ ଭାବେ କାମ କରିଥିଲା । ତେବେ ମୁମ୍ବାଇ ବ୍ଲାଷ୍ଟକୁ ନେଇ ସେ ଭାରତର ମୋଷ୍ଟ ୱାଣ୍ଟେଡ ତାଳିକାରେ ଥିଲା । ଏହାସହ ତାକୁ ଧରିବା ପାଇଁ ଭାରତ ଦୀର୍ଘ 29 ବର୍ଷ ଧରି ଉଦ୍ୟମ ଚଳାଇଥିଲା ।

@PTI

Last Updated : Feb 5, 2022, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.