ETV Bharat / bharat

ଆଜି ୬ ଘଣ୍ଟା ବନ୍ଦ ରହିବ ମୁମ୍ବାଇ ଏୟାରପୋର୍ଟ - ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର

ଆଜି ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ବନ୍ଦ ରହିବ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର । ଜାଣନ୍ତୁ କାହିଁକି

ଆଜି ୬ ଘଣ୍ଟା ବନ୍ଦ ରହିବ ମୁମ୍ବାଇ ଏୟାରପୋର୍ଟ
ଆଜି ୬ ଘଣ୍ଟା ବନ୍ଦ ରହିବ ମୁମ୍ବାଇ ଏୟାରପୋର୍ଟ
author img

By

Published : Oct 18, 2022, 8:17 AM IST

ମୁମ୍ବାଇ: ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର(Chhatrapati Shivaji Maharaj International Airport) ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୟାନ ଜାରି ହୋଇଛି । ମଙ୍ଗଳବାର ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରହିବ । ଏହି ସମୟ ମଧ୍ୟରେ କୌଣସି ବିମାନ ଚଳାଚଳ ହେବ ନାହିଁ । ମୌସୁମୀ ପରର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ପାଇଁ ଏୟାରପୋର୍ଟ ୬ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ସୂଚନା ମୁତାବକ, ଆଜି ବିମାନ ବନ୍ଦରର 14/32 ଓ 09/27 ନମ୍ବର ରନୱେରେ ମରାମତି କାର୍ଯ୍ୟ କରାଯିବ । ଫଳରେ ଦୁଇଟିଯାକ ରନୱେରେ ବିମାନ ଚଳାଚଳ ବନ୍ଦ ରହିବ । ଏଥିପାଇଁ ଏକାଧିକ ବିମାନର ଉଡାଣ ସମୟ ପରିବର୍ତ୍ତନ କରାଯାଇଛି । ଏନେଇ CSMIA ପକ୍ଷରୁ ପୂର୍ବରୁ ନୋଟିସ୍ ଜାରି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ: ସୋପିଆନରେ ୨ ଅଣକାଶ୍ମୀର ଶ୍ରମିକଙ୍କୁ ହତ୍ୟା

CSMIA ପକ୍ଷରୁ କୁହାଯାଇଛି, ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରେ ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ(CSMIA) ଦେଶର ସବୁଠୁ ବ୍ୟସ୍ତବହୁଳ ଅଟେ । ଏଠାରେ ପ୍ରତିଦିନ ୮୦୦ରୁ ଅଧିକ ବିମାନ ଉଡାଣ ଓ ଅବତରଣ ହୁଏ । ତେଣୁ ପ୍ରତିବର୍ଷ ମୌସୁମୀ ପରେ ସୁରକ୍ଷିତ ଯାତ୍ରା ପାଇଁ ଏୟାରପୋର୍ଟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଏ (post-monsoon preventive maintenance) । ଏହା ଏକ ବାର୍ଷିକ ପ୍ରକ୍ରିୟା ଅଟେ । ଯାତ୍ରୀଙ୍କ ସୁରକ୍ଷା ଲାଗି ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପ୍ରତିବର୍ଷ ନିର୍ଦ୍ଧାରିତ ସମୟରେ ରକ୍ଷଣାବେକ୍ଷଣ କାମ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.