ETV Bharat / bharat

ସମୁଦ୍ର ମଧ୍ୟ ଦେଇ ଚାଲିବ ବୁଲେଟ ଟ୍ରେନ, ଭୂତଳ ଟନେଲ ପାଇଁ ଟେଣ୍ଡର ଜାରି

ମୁ୍ମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ସେବା ପାଇଁ ସମୁଦ୍ରରେ ତିଆରି ହେବ ଭୂତଳ ଟନେଲ । ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଏବଂ ଶିଳଫାଟାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ମଧ୍ୟରେ ସମୁଦ୍ର ଗର୍ଭରେ 7 କିଲୋମିଟରର ଟନେଲ ନିର୍ମାଣ ହେବ। ଏହାକୁ ନେଇ ଟେଣ୍ଡର ଜାରି କରିଛି NHSRCL। ଅଧିକ ପଢ଼ନ୍ତୁ

author img

By

Published : Sep 25, 2022, 11:59 AM IST

mumbai Ahmedabad bullet train will run under sea
ସମୁଦ୍ରରେ ନିର୍ମାଣ ହେବ ଭୂତଳ ଟନେଲ, ଟେଣ୍ଡର ଜାରି

ମୁମ୍ବାଇ: ନ୍ୟାସନାଲ ହାଇ ସ୍ପିଡରେଲୱେ କର୍ପୋରେସନ ଲିମିଟେଲ (NHSRCL) ମୁ୍ମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ସେବା ପାଇଁ 21 କିଲୋମିଟର ଲମ୍ବର ଟନେଲ ନିର୍ମାଣ ପାଇଁ ଟେଣ୍ଡର ଜାରି କରିଛି । ସେଥିରୁ 7 କିଲୋମିଟର ଟନେଲ ସମୁଦ୍ର ଗର୍ଭ ଦେଇଯିବ। ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହେବାପରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତୀବ୍ର ଭାବେ ଚାଲିଛି। ପୂର୍ବରୁ ଦିଆଯାଇଥିବା ଟେଣ୍ଡର ଗୁଡ଼ିକ ପ୍ରତ୍ୟାହାର କରାଯାଇଥିଲା । ବର୍ତ୍ତମାନ ପୁନଃ ଏହା ଜାରି କରାଯାଇଛି ।

ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଏବଂ ଶିଳଫାଟାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ମଧ୍ୟରେ ସମୁଦ୍ରରେ ଏହି ଟନେଲ ନିର୍ମାଣ ହେବ । ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ଟନେଲ ବୋରିଂ ମେସିନ ଏବଂ ନ୍ୟୁ ଅଷ୍ଟ୍ରିଆନ ଟନେଲିଂ ପଦ୍ଧତିରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏହି ଅତ୍ୟାଧିନିକ ଟନେଲ ନିର୍ମାଣ କରାଯିବ । 7 କିଲୋମିଟର ଲମ୍ବରର ଟନେଲ ଦେଶରେ ପ୍ରଥମ ଥର ପାଇଁ ସମୁଦ୍ର ଗର୍ଭରେ ନିର୍ମାଣ ହେବ । NHSRCL ଅନୁଯାୟୀ, ନିର୍ମାଣ ହେବାକୁ ଥିବା ଟନେଲଟି 13.1 ମିଟର ବ୍ୟାୟ ବିଶିଷ୍ଟ 'ଏକକ-ଟ୍ୟୁବ ଟ୍ବିନ-ଟ୍ରାକ୍' (Single Tube Twin Track) ହେବ। ଟନେଲର 37ଟି ସ୍ଥାନରେ 39ଟି ଯନ୍ତ୍ର କୋଠରୀ ନିର୍ମାଣ ହେବ।

ଏହା ମଧ୍ୟ ପଢ଼ନ୍ତୁ: ୨୦୨୭ରେ ଭାରତରେ ଗଡିବ ବୁଲେଟ ଟ୍ରେନ!

ଟନେଲର 16 କିଲୋମିଟର ଯାଏ ତିନୋଟି ଟିବିଏମ ବ୍ୟବହାର କରାଯିବ। ସେହିପରି ଅନ୍ୟ 5 କିଲୋମିଟରକୁ ଏନଏଟିମ ମାଧ୍ୟମରେ ନିର୍ମାଣ କରାଯିବ । ଏହା ଭୂମି ଠାରୁ ପ୍ରାୟ 25ରୁ 65 ମିଟର ଗଭୀର ରହିବ ଏବଂ ଶିଳଫାଟା ନିକଟ ପାରସିକ ପାହାଡ ତଳେ ସବୁଠାରୁ ଅଧିକ 114 ମିଟର ଗଭୀରରେ ଟନେଲ ରହିବ । ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ 19,2023 ।

ସୂଚନା ଯୋଗ୍ୟ ଗତ ବର୍ଷ ନଭେମ୍ବର ମାସରେ NHSRCL ଏହି ପ୍ରକଳ୍ପରେ ଭୂତଳ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଜାରି କରିଥିଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନିକ କାରଣ ଦର୍ଶାଇ କର୍ତ୍ତୃପକ୍ଷ ବାତିଲ କରିଥିଲେ। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁୟାରୀ 19, 2023 | ସୂଚନାଯୋଗ୍ୟ ଯେ NHSRCL ଗତ ବର୍ଷ ନଭେମ୍ବରରେ ଏହି ପ୍ରକଳ୍ପ ପାଇଁ ଭୂତଳ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆମନ୍ତ୍ରଣ କରିଥିଲା। କିନ୍ତୁ ଚଳିତ ବର୍ଷ ଏହାକୁ 'ପ୍ରଶାସନିକ କାରଣ' ଦର୍ଶାଇ କର୍ତ୍ତୃପକ୍ଷ ବାତିଲ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.