ଗାନ୍ଧୀନଗର: ଜୁଲାଇ 1 ତରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ଗଲେ ମୁମ୍ବାଇର ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ ଏବଂ ଗୁଜୁରାଟର ପୂର୍ବତନ ଡିଜିପି ଆଇପିଏସ୍ ଅଧିକାରୀ ଆର.ବି ଶ୍ରୀକୁମାର । ଉଭୟଙ୍କୁ ଗତକାଲି ଗିରଫ କରାଯାଇଥିଲା । ପରେ ଆଜି (ରବିବାର) ଅପରାହ୍ନରେ ଅହମ୍ମଦାବାଦ ମହାନଗର ନିଗମ କୋର୍ଟରେ ହାଜର କରିଥିଲା ଏଟିଏସ ।
-
Ahmedabad, Gujarat | RB Sreekumar and Teesta Setalvad were presented before the court. We've been given their remand till July 2. Various things including whether more people are involved or not will be investigated during the remand: ACP Chudasama, Crime branch pic.twitter.com/2bFyNJ7KzY
— ANI (@ANI) June 26, 2022 " class="align-text-top noRightClick twitterSection" data="
">Ahmedabad, Gujarat | RB Sreekumar and Teesta Setalvad were presented before the court. We've been given their remand till July 2. Various things including whether more people are involved or not will be investigated during the remand: ACP Chudasama, Crime branch pic.twitter.com/2bFyNJ7KzY
— ANI (@ANI) June 26, 2022Ahmedabad, Gujarat | RB Sreekumar and Teesta Setalvad were presented before the court. We've been given their remand till July 2. Various things including whether more people are involved or not will be investigated during the remand: ACP Chudasama, Crime branch pic.twitter.com/2bFyNJ7KzY
— ANI (@ANI) June 26, 2022
ପୋଲିସ ଏହି ମାମଲାରେ ତଦନ୍ତ ପାଇଁ 14 ଦିନିଆ ରିମାଣ୍ଡ ମାଗିଥିବାବେଳେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି । 2002 ଗୋଧ୍ରା ଦଙ୍ଗାରେ ଭୁଲ ସୂଚନା ଦେବା କିମ୍ବା ପୋଲିସ ତଦନ୍ତରେ ଅବହେଳା ପ୍ରଦର୍ଶନ ମାମଲାରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:- କୋର୍ଟରେ ହାଜର ହେଲେ ତିସ୍ତା ସିତଲଓ୍ବାଦ: 14 ଦିନିଆ ରିମାଣ୍ଡ ମାଗିବ ATS
ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଆଜି ଏହି ମାମଲାର ଶୁଣାଣି କରିଥିଲେ । ଉଭୟ ପକ୍ଷର ତର୍କ ଶୁଣିବା ପରେ ପୂର୍ବତନ ପୋଲିସ କମିଶନର ଶ୍ରୀକୁମାର ଏବଂ ସାମାଜିକ କର୍ମୀ ସିତଲଓ୍ବାଦଙ୍କୁ ଜୁଲାଇ ପହିଲା ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ତିସ୍ତାଙ୍କ ଓକିଲ ମାମଲାରେ ଅଧିକ ଜେରରା କୌଣସି ଆବଶ୍ୟକତା ନଥିବା ଯୁକ୍ତିରେ ଦର୍ଶାଇଥିଲେ । ତେବେ କୋର୍ଟ ଏହି ମାମଲାରେ ପୋଲିସର ରିମାଣ୍ଡ ଆବେଦନକୁ ଯଥାର୍ଥ ବୋଲି ବିବେଚନା କରିବା ସହ ଦୁଇ ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି ।
ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଉଭୟଙ୍କ ଜେରା କରିବା ସହ ନୂଆ ତଥ୍ୟ ହାସଲ କରିବା ପାଇଁ ଚେଷ୍ଚା କରିବ । ତିସ୍ତା ଚଳାଉଥିବା NGOରେ ବିଦେଶୀ ପାଣ୍ଠି ସଂଗ୍ରହ କରାଯାଇଥିବା ଓ 2002 ଗୋଧ୍ରା ଦଙ୍ଗା ମାମଲାରେ ତାଙ୍କ ସଂଗଠନ ଦ୍ବାରା ଭୁଲ ତଥ୍ୟ ପୋଲିସକୁୁ ପ୍ରଦାନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି 2002 ଗୋଧ୍ରା ଦଙ୍ଗା ପରବର୍ତ୍ତୀ ହିଂସା ମାମଲାରେ ମଧ୍ୟ ଗିରଫ ହୋଇଛନ୍ତି ଅବସରପ୍ରାପ୍ତ ଆଇପିଏସ ଶ୍ରୀକୁମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ