ETV Bharat / bharat

ଜେଲରେ ଟିଭି ମାଗିଲେ ମୁଖତାର ଅନସାରୀ

author img

By

Published : Jun 29, 2021, 8:31 AM IST

ବିଏସପି ନେତା ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀଙ୍କୁ ଜେଲରେ ଟିଭି ଯୋଗାଇ ଦେବାକୁ କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ମୋତେ ଜେଲ ଭିତରେ TV ଯୋଗାଇ ଦିଆଯାଉ : ମୁଖତାର ଅନସାରୀ

ଲକ୍ଷ୍ନୌ: ବହୁ ଅପରାଧିକ ମାମଲାରେ ଗିରଫ ହୋଇଥିବା ବିଏସପି ବିଧାୟକ ମୁଖତାର ଅନସାରୀ ଏବେ ଜେଲ ଭିତରେ ଟିଭି ମାଗିଛନ୍ତି । ସୋମବାର ଦିନ ବାରବାଙ୍କି କୋର୍ଟରେ ସେ ଏହି ନିବେଦନ କରିଛନ୍ତି । ଜାଲିଆତି ମାମଲାରେ ତାଙ୍କ ନ୍ୟାୟିକ ହେପାଜତର ସମ୍ପ୍ରସାରଣ ପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ ବାରବାଙ୍କି ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ରାକେଶଙ୍କ ନିକଟରେ ହାଜର ହେବା ସମୟରେ ଅନସାରୀ ଏହି ନିବେଦନ କରିଛନ୍ତି।

ଅନସାରୀଙ୍କ ପରାମର୍ଶଦାତା ରଣଧୀର ସିଂ ସୁମନ କୋର୍ଟଙ୍କୁ କହିଛନ୍ତି ଯେ ଜେଲରେ ଅନ୍ତେବାସୀଙ୍କୁ ଖବର ଏବଂ ମନୋରଞ୍ଜନ ଯୋଗାଇବା ପାଇଁ ସରକାର ସାରାରାଜ୍ୟରେ ଜେଲ ବ୍ୟାରେଜରେ ଟେଲିଭିଜନ ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ସରକାର ଅନସାରୀଙ୍କୁ ସାବତ ମା ଭାବେ ବ୍ୟବହାର କରୁଛନ୍ତି । ଏମିତିକୁ ଜେଲରେ ତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଆମ୍ବୁଲାନ୍ସ ଜାଲିଆତି ମାମଲାରେ କୋର୍ଟ ଅନସାରୀଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ 5 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଅନସାରୀ ଅର୍ଥୋପେଡିକ ସମସ୍ୟାରେ ପୀଡିତ ଥିବାବେଳେ ତାଙ୍କୁ ଜେଲରେ ଫିଜିଓଥେରାପି ଚିକିତ୍ସା ଯୋଗାଇ ଦେବାକୁ ବୃନ୍ଦା ଜେଲକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ ମଧ୍ୟ କରିଛନ୍ତି । ତେବେ ବାରମ୍ବାର ଅନୁରୋଧ ସତ୍ତ୍ବେ ମଧ୍ୟ କୋର୍ଟ ଏହାକୁ ଅବମାନନା କରିଛନ୍ତି । ପଞ୍ଜାବର ରୋପର ଜେଲରୁ ତାଙ୍କୁ ଅଣାଯିବା ପରେ ଅନସାରୀଙ୍କୁ ୟୁପିର ବାନ୍ଦା ଜେଲରେ ରଖାଯାଇଥିଲା।

(PTI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.