ନୂଆଦିଲ୍ଲୀ: ରିଲିଆନ୍ସ ଜିଓର ନୂଆ ଅଧ୍ୟକ୍ଷ ହେଲେ ଆକାଶ ଅମ୍ବାନୀ(Akash Ambani Is New Jio Chairman) । ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ବଡପୁଅ ଆକାଶଙ୍କୁ ବୋର୍ଡର ଅଧ୍ୟକ୍ଷ(chairman) ଭାବେ ନିଯୁକ୍ତ କରାଯାଇଛି । କମ୍ପାନୀର ବୋର୍ଡ ବୈଠକରେ ଆକାଶଙ୍କ ନିଯୁକ୍ତିଙ୍କୁ ମଞ୍ଜୁରୀ ମିଳିଛି ।
-
Akash Ambani appointed as chairman of Reliance Jio, Mukesh Ambani resigns as director. pic.twitter.com/xDvtl8WKVh
— ANI (@ANI) June 28, 2022 " class="align-text-top noRightClick twitterSection" data="
">Akash Ambani appointed as chairman of Reliance Jio, Mukesh Ambani resigns as director. pic.twitter.com/xDvtl8WKVh
— ANI (@ANI) June 28, 2022Akash Ambani appointed as chairman of Reliance Jio, Mukesh Ambani resigns as director. pic.twitter.com/xDvtl8WKVh
— ANI (@ANI) June 28, 2022
ସୂଚନା ଅନୁଯାୟୀ, ଜୁନ ୨୭ ଅର୍ଥାତ୍ ସୋମବାର ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦ ଛାଡିଛନ୍ତି । ସେ ଇସ୍ତଫା ଦେଇଥିବାରୁ ତାଙ୍କ ବଡପୁଅ ଆକାଶ ବୋର୍ଡର ନୂଆ ଅଧ୍ୟକ୍ଷ ହେବା ସହ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ(non-executive director) ହୋଇଛନ୍ତି । ସେହିପରି ପଙ୍କଜ ମୋହନ ପାୱାର(Pankaj Mohan Pawar)ଙ୍କୁ ଜୁନ ୨୭ରୁ ୫ ବର୍ଷ ପାଇଁ କମ୍ପାନୀର ଏମଡି ଭାବେ ନିଯୁକ୍ତ କରାଯାଇଛି । କେଭି ଚୌଧୁରୀ( KV Chowdary) ଓ ରମିନ୍ଦର ସିଂହ ଗୁଜରାଲ(Raminder Singh Gujral)ଙ୍କୁ ୫ ବର୍ଷ ପାଇଁ ସ୍ବାଧୀନ ନିର୍ଦ୍ଦେଶକ(independent directors) ଭାବେ ଦାୟିତ୍ବ ମିଳିଛି ।