ମୁମ୍ବାଇ: ଅମ୍ବାନୀଙ୍କ ଘର ସାମ୍ନାରୁ ମିଳିଥିବା ବିସ୍ଫୋରକ ସାମଗ୍ରୀକୁ ନେଇ ଜାରି ରହିଛି ସସପେନ୍ସ । ପ୍ରଥମେ ଏହି ଘଟଣାରେ ଆତଙ୍କୀ ସଙ୍ଗଠନ ଏକ ନିଜକୁ ଦାୟୀ କରିଥିଲା । ବର୍ତ୍ତମାନ ଏଥିରୁ ସେ ଓହରି ଯାଇଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।
ଦେଶର ବିତ୍ତଶାଳୀ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିନା ସାମ୍ନାରେ ଏକ ସ୍କୋର୍ପିଓରେ ଜିଲେଟିନ ଷ୍ଟିକ ମିଳିଥିଲା । ଏହି ବିସ୍ଫୋରକ ସାମଗ୍ରୀ ଜୈଶ-ଉଲ-ହିନ୍ଦ ନାମକ ସଙ୍ଗଠନ ନିଜକୁ ଦାୟୀ କରିଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଧରିଥିଲା । ତେବେ ଏଥିରେ ଜୈଶ-ଉଲ-ହିନ୍ଦ ଆତଙ୍ଗୀ ସଙ୍ଗଠନ ବ୍ୟାନର ମଧ୍ୟରେ ଏହି ଚର୍ଚ୍ଚାକୁ ଖାରଜ କରିବା ସହ ଅମ୍ବାନୀଙ୍କୁ କୌଣସି ଧମକ ଦିଆଯାଇନାହିଁ । ଏପରିକି ଭାରତୀୟ ଉଦ୍ୟୋଗୀପତିଙ୍କ ସହିତ କୌଣସି ବିବାଦ ନାହିଁ ବୋଲି ସଙ୍ଗଠନ ଦାବି କରିଥିବା ନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି ।
ମୁମ୍ବାଇ ପୋଲିସ ଜୈଶ-ଉଲ-ହିନ୍ଦର ଜଣେ ସଦସ୍ୟର ବ୍ୟାନରକୁ ଦର୍ଶାଇଛି । ଯେଉଁଥିରେ ସଙ୍ଗଠନ ପକ୍ଷରୁ ଲେଖାଯାଇଛି, ଜୈଶ-ଉଲ-ହନ୍ଦି ପକ୍ଷରୁ ଅମ୍ବାନୀଙ୍କ ପ୍ରତି କୌଣସି ବିପଦ ନାହିଁ ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ 25 ତାରିଖ ଦିନ ଦେଶର ବିତ୍ତଶାଳୀ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ପେଡର ରୋଡ ଅଞ୍ଚଳରୁ ଏକ ସନ୍ଦିଗ୍ଧ ଗାଡିରେ ଆସି ଜିଲେଟିକ ଷ୍ଟିକ ମିଳିଛି । ଗାଡିରେ ଜିଲେଟିନ ଷ୍ଟିକ ମିଳିବା ପରେ ଘଟଣାସ୍ଥଳରେ ବମ ସ୍କାର୍ଡ ପହଞ୍ଚିଥିଲା । ପରେ ଅମ୍ବାନୀ ପରିବାରଙ୍କ ସୁରକ୍ଷାକୁ ବଢେଇ ଦିଆଯାଇଛି ।