ETV Bharat / bharat

ପଦ୍ମ ଧରିଲେ ଗୁଲାମନବି ଆଜାଦଙ୍କ ପୁତୁରା - ବିଜେପିରେ ଗୁଲାମଙ୍କ ନାତି

ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବି ଆଜାଦଙ୍କ ପୁତୁରା ମୁବାସିର ଆଜାଦ । ଗୁଲାମଙ୍କ ପ୍ରତି କଂଗ୍ରେସ ଅବହେଳା କରୁଥିବା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

BJPରେ ସାମିଲ ହେବେ ଗୁଲାମନବି ଆଜାଦଙ୍କ ନାତି
BJPରେ ସାମିଲ ହେବେ ଗୁଲାମନବି ଆଜାଦଙ୍କ ନାତି
author img

By

Published : Feb 27, 2022, 7:16 PM IST

ଶ୍ରୀନଗର: ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବି ଆଜାଦଙ୍କ ପୁତୁରା ମୁବାସିର ଆଜାଦ । କଂଗ୍ରେସରେ ଗିଲାମଙ୍କୁ ଉଚିତ ଗୁରୁତ୍ବ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରି ସେ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଉଇଛନ୍ତି । ଆଜି ସେ ଜମ୍ମୁର ତ୍ରିକୁଟ ନଗରରେ ଥିବା ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ନିଜର କିଛି ସହଯୋଗାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।

ମୁବାସିର ହେଉଛନ୍ତି ଗୁଲାମଙ୍କ ସାନ ଭାଇ ଲିୟାକତ ଅଲ୍ଲୀଙ୍କ ପୁଅ । ତେବେ ଗୁଲାମଙ୍କୁ ଦଳରେ ଅଣଦେଖା କରାଯାଉଥିବାରୁ ତାହା ତାଙ୍କୁ ଆଘାତ କରିଛି । ଏପରି ସ୍ଥିତିରେ ସେ ବିଜେପିରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରର ତୃଣମୂଳ ସ୍ତରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପଦକ୍ଷେପ ହାତକୁ ନେଇଛନ୍ତି, ଯାହା ତାଙ୍କୁ ବେଶ ପ୍ରଭାବିତ କରିଛି । ତେଣୁ ସେ ଉକ୍ତ କାର୍ଯ୍ୟରେ ସାମିଲ ହେବା ପାଇଁ ବିଜେପିରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ସେ ଗୁଲାମଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି ।

ମୁବାସିର ବିଜେପିରେ ସାମିଲ ହେବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଜମ୍ମୁ ଦଳୀୟ ମୁଖ୍ୟାଳୟରେ ତାଙ୍କୁ ଜମ୍ମୁ ବିଜେପି ଅଧ୍ୟକ୍ଷ ରବିନ୍ଦର ରୈଣାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ସାମିଲ ରହି ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ମୁବାସିରଙ୍କ ପରି ଯୁବ ନେତୃତ୍ବ ବିଜେପିରେ ସାମିଲ ହେବା ଦଳକୁ ବେଶ ସୁଦୃଢ କରିବା ସହ ଘାଟିରେ ବିକାଶକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ପ୍ରଦେଶ ଅଧ୍ୟକ୍ଷ ରବିନ୍ଦର ରୈଣା । ତେବେ ଉଲ୍ଲେଖନୀୟ କଥା ଏହିକି ଯେ ଗୁଲାମଙ୍କ ସାନଭାଇ ମଧ୍ୟ ୨୦୦୯ରେ ବିଜେପିରେ ସାମିଲ ହୋଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.