ETV Bharat / bharat

ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ: ଆଦିବାସୀ ଶ୍ରମିକଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ

author img

By

Published : Jul 6, 2023, 12:01 PM IST

Updated : Jul 6, 2023, 12:55 PM IST

ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ । ପୀଡିତ ଆଦିବାସୀ ଯୁବକଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ
ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ

ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ

ଭୋପାଳ: ପରିସ୍ରାକାଣ୍ଡକୁ ନେଇ ନିର୍ବାଚନ ମୁହାଁ ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଛି । ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ପ୍ରବେଶ ଶୁକ୍ଲା ବିଜେପି କର୍ମୀ ହୋଇଥିବା ଦାବି କରିଛନ୍ତି ବିରୋଧୀ । ବିଜେପି ଆଦିବାସୀଙ୍କୁ ଉପରେ ଜୁଲମ କରୁଥିବାର କହି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡିତ ଆଦିବାସୀ ଯୁବକଙ୍କୁ ନିଜ ବାସଭବନକୁ ଡକାଇ ତାଙ୍କର ପାଦ ଧୋଇଛନ୍ତି । ନିଜ ହାତରେ ସେ ପୀଡିତଙ୍କ ପାଦ ଧୋଇ ତାଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ସହିତ ଘଟିଥିବା ଅମାନୁଷିକ କାର୍ଯ୍ୟ ପାଇଁ ଖୁବ୍ ଦୁଃଖତ ବୋଲି କହିଛନ୍ତି ଶିବରାଜ ସିଂ । ଯୁବକଙ୍କ ପାଦ ଧୋଇଥିବାର ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି ।

ପୀଡିତଙ୍କ ପାଦ ଧୋଇବା ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ''ଏହା କେବଳ ଆପଣଙ୍କ ଦୁଃଖ ବାଣ୍ଟିବାର ପ୍ରୟାସ । ମୁଁ ଆପଣଙ୍କୁ କ୍ଷମା ପ୍ରର୍ଥନା କରୁଛି । ମୋ ପାଇଁ ଜନତା ହିଁ ଭଗବାନ । ଏହି ଭିଡିଓ ସେୟାର କରି ସମସ୍ତଙ୍କୁ ଜଣାଇବା ପାଇଁ ଚାହେଁ ଯେ, ମୋ ପାଇଁ ପ୍ରକୃତ ଭଗବାନ ଜନତା । ଯଦି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ଅଛନ୍ତି, ତାହେଲେ ଜନତା ହିଁ ଭଗବାନ । କାହାରି ସହିତ ଅତ୍ୟାଚାର ସହ୍ୟ କରାଯିବ ନାହିଁ । ରାଜ୍ୟରେ ପ୍ରତ୍ୟେକ ନାଗରିକଙ୍କ ସମ୍ମାନ, ମୋର ସମ୍ମାନ ।''

ଏହାମଧ୍ୟ ପଢନ୍ତୁ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା ଘଟଣା; ବନ୍ଧା ହେଲା ଅଭିଯୁକ୍ତ

ପ୍ରକଶ ଥାଉକି, ସିଦ୍ଧି ଜିଲ୍ଲାରେ ତଥାକଥିତ ବିଜେପି ନେତା ପ୍ରବେଶ ଶୁକ୍ଲା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମଙ୍ଗଳବାର ରାତିରେ ଅଭିଯୁକ୍ତ ପୋଲିସ କରିବା ପରେ ଗତକାଲି ତାଙ୍କ ଘର ଉପରେ ବୁଲଡୋଜର ଚଢାଇଥିଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ କଡ଼ା ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତର ବିଜେପି ଲିଙ୍କ୍‌ ଥିବା ନେଇ ଉଠିଥିବା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଏଡାଇ ଦେଇଥିଲେ । କହିଥିଲେ ଯେ, ଅପରାଧୀର କୌଣସି ଜାତି, ଧର୍ମ କିମ୍ବା ପାର୍ଟି ନଥାଏ ।

ଏହାପରେ ଆଜି ମୁଖମନ୍ତ୍ରୀ ଶିବରାଜ ସିଂ ସମ୍ପୃକ୍ତ ପୀଡିତ ଯୁବକଙ୍କ ନିଜ ବାସଭବନକୁ ଡକାଇ ସାକ୍ଷାତ କରିଛନ୍ତି । ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ସେ ପୀଡିତଙ୍କ ପାଦ ଧୋଇଛନ୍ତି ବୋଲି କୁହାଯାଇ ପାରେ ।

Last Updated : Jul 6, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.