ETV Bharat / bharat

‘RSS ଦେଶରେ ହିଂସା ଓ ଘୃଣା ବିସ୍ତାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି, ତାହା ହିଁ ସେମାନଙ୍କ ବିଚାରଧାରା’ - ମଧ୍ୟ ପ୍ରଦେଶରେ ରାହୁଲ ଗାନ୍ଧୀ

ମଧ୍ୟପ୍ରଦେଶରେ ଓବିସି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲେ ରାହୁଲ । କହିଲେ ମୋଦି ଓବିସି ପାଇଁ କାମ କରନ୍ତି ନାହିଁ । RSS ଦେଶରେ ହିଂସା ଓ ଘୃଣା ପ୍ରସାର କରିବାର ଦାୟିତ୍ବ ତାଙ୍କୁ ଦେଇଛି । ଅଧିକ ପଢନ୍ତୁ

‘RSS ଦେଶରେ ହିଂସା ଓ ଘୃଣା ପ୍ରସାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି , ତାହା ହିଁ ସେମାନଙ୍କ ବିଚାରଧାରା’

author img

By ETV Bharat Odisha Team

Published : Sep 30, 2023, 10:24 PM IST

ଭୋପାଳ: ମଧ୍ୟ ପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ଭାରତୀୟ ଜନତା ପାର୍ଟି ଉପରେ ବିଚାରଧାରାକୁ ନେଇ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବିଜେପି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ଦ୍ବାରା ପରିଚାଳିତ ହେଉଛି । ସଂଘ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶରେ ହିଂସା ଓ ଘୃଣା ବିସ୍ତାର କରିବା ପାଇଁ ଦାୟିତ୍ବ ଦେଇଛି ।

ଆଜି (ଶନିବାର) ମଧ୍ୟ ପ୍ରଦେଶ ଶଜାପୁରରେ ଏକ ଦଳୀୟ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଓବିସି ଅଧିକାରୀ ନାହାନ୍ତି । ମୋଦି ଓବିସି ସରକାର ଚଳାନ୍ତି ନାହିଁ । ସେ କେବଳ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ କାର୍ଯ୍ୟରେ ଲାଗିଛନ୍ତି । ଦେଶରେ ହିଂସା ଓ ଘୃଣା ବିସ୍ତାର କରିବା ପାଇଁ ତାଙ୍କୁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଦାୟିତ୍ବ ଦେଇଛି । ନରେନ୍ଦ୍ର ମୋଦି କେବେ ଓବିସିଙ୍କ ପାଇଁ କାର୍ଯ୍ୟ କରିନାହାନ୍ତି । ଯଦି ସେପରି କରିଥାନ୍ତେ, ତେବେ 90ରୁ ମାତ୍ର 3ଓବିସି ବର୍ଗର ଅଧିକାରୀ ତାଙ୍କ ସରକାରରେ କିପରି କାର୍ଯ୍ୟ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ରାହୁଲ କହିଛନ୍ତି, ଦେଶରେ ଦୁଇଟି ଚିନ୍ତାଧାରା ଚାଲିଛି । ଗୋଟିଏ ପଟେ ଆରଏସଏସ ସହିତ ଗଡସେଙ୍କ ଆଦର୍ଶ ଏବଂ ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅଛି । ଆରଏସଏସ ଏବଂ ବିଜେପିର କାମ ହେଉଛି ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା । ହିଂସା ବିସ୍ତାର କରିବା ଓ ଘୃଣାର ମଞ୍ଜି ବୁଣିବା । ଶାସନରେ ଥିବା ବିଜେପି ଏହି କାର୍ଯ୍ୟରେ ନିୟୋଜିତ ଅଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି କାର୍ଯ୍ୟକୁ ଆଗକୁ ନେଉଛନ୍ତି । ଦେଶରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଘୃଣାଭାବ ବିସ୍ତାର କରି ବିଜେପି ଦେଶକୁ ଶାସନ କରିବାକୁ ଚାହୁଁଛି । ଆରଏସଏସର ଆଦର୍ଶ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ । ମାତ୍ର କଂଗ୍ରେସର କାମ ହେଉଛି ଦେଶରେ ଭାଇଚାରା ଭାବନାକୁ ବୃଦ୍ଧି କରିବା ।

ଏହା ମଧ୍ୟ ପଢନ୍ତୁ:- LOCରେ ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ଟଳିଲେ 2 ଆତଙ୍କୀ, ମାରଣାସ୍ତ୍ର ଜବତ

ଭରତ ଯୋଡୋ ଯାତ୍ରା ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଥିଲେ , ସେହି ସମୟରେ ସେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଭେଟିଥିଲେ । ସମସ୍ତେ ପରସ୍ପର ସହିତ ପ୍ରେମ ଏବଂ ସ୍ନେହରେ ବଞ୍ଚିବାକୁ ଚାହାଁନ୍ତି । ସେ କଦାପି ଅନୁଭବ କରିନ୍ତିନାହିଁ ଯେ ଧର୍ମ ଓ ଜାତି ଆଧାରରେ ବିବାଦ କରିବା ଉଚିତ୍ । କିନ୍ତୁ ବିଜେପିର ଆଦର୍ଶ ହେଉଛି ସମାଜରେ ଘୃଣା ବିସ୍ତାର କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.