ETV Bharat / bharat

ମଧ୍ୟପ୍ରଦେଶ ପୋଷ୍ଟର ୱାର: କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଲା PhonePe

author img

By

Published : Jun 30, 2023, 8:00 AM IST

Updated : Jun 30, 2023, 8:57 AM IST

ମଧ୍ୟପ୍ରଦେଶରେ ପୋଷ୍ଟର ୱାର । କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଲା PhonePe । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶ ପୋଷ୍ଟର ୱାର
ମଧ୍ୟପ୍ରଦେଶ ପୋଷ୍ଟର ୱାର

ଭୋପାଳ: ବିଧାନସଭା ନିର୍ବାଚନ ମୁହାଁ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜାରି ରହିଛି ପୋଷ୍ଟର ୱାର । ଦୁର୍ନୀତିକୁ ମୁବ୍ଦା କରି ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲନାଥଙ୍କୁ 'କରପ୍ସନ ନାଥ' ନାମରେ ବିଭିନ୍ନ ସହରରେ ପୋଷ୍ଟର ଲଗାଇଛି ବିଜେପି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋହ୍ବାନଙ୍କ ମାଳ ମାଳ କ୍ୟୁଆର କୋଡ୍ ଥିବା ପୋଷ୍ଟର ଲଗାଇଛି । ରାଜ୍ୟରେ ଦୁଇ ଦଳର ଏହି କ୍ଷମତା ଲଢେଇରେ ଏବେ ଏଣ୍ଟ୍ରି ମାରିଛି ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ ପେ' । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବିରୋଧରେ ଲାଗିଥିବା ପୋଷ୍ଟରରେ ଫୋନ ପେ'ର ଲୋଗୋ ବ୍ୟବହାର କରାଯାଇଥିବାରୁ କଂଗ୍ରେସକୁ ଚେତାବନୀ ଦେଇଛନ୍ତି କମ୍ପାନୀ ।

  • कटनी रेलवे स्टेशन पर शिवराज का भ्रष्टाचार

    50% लाओ, फ़ोन पे काम कराओ

    मध्यप्रदेश की जनता जानती है,
    50% कमीशनखोरों को पहचानती है। pic.twitter.com/N3vXwqtY4A

    — MP Congress (@INCMP) June 26, 2023 " class="align-text-top noRightClick twitterSection" data=" ">

ପୋଷ୍ଟର ନେଇ PhonePeର ଆପତ୍ତି: ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କ ବିରୋଧରେ ସହରରେ ମାଳ ମାଳ ପୋଷ୍ଟର ଲାଗିଛି । ଫୋନ ପେ' କ୍ୟୁଆର କୋଡ ଭଳି ପୋଷ୍ଟର ମରାଯାଇଛି । ପୋଷ୍ଟର ଗୁଡିକରେ ଫୋନ ପେ'ର ବ୍ରାଣ୍ଡ ଓ ଲୋଗୋ ରହିଛି । ଏଥିରେ ଲେଖାଯାଇଛି, '୫୦% ଆଣ, ଫୋନ ପେ'ରେ କାମ କରାଅ' । ଯେଉଁଥିପାଇଁ ଫୋନ ପେ' କମ୍ପାନୀ ମଧ୍ୟପ୍ରଦେଶ କଂଗ୍ରେସ ବିରୋଧରେ ଆଇନଗତ ଚେତାବନୀ ଦେଇଛି । ରାଜନୈତିକ ଲକ୍ଷ୍ୟ ସାଧନ ପାଇଁ କମ୍ପାନୀର ଲୋଗୋ ବ୍ୟବହାର କରିବା ନେଇ ଆପତ୍ତି ଉଠାଇଛି । ଏହାସହିତ ତୁରନ୍ତ ସବୁ ପୋଷ୍ଟର ହଟାଇବାକୁ ଧମକ ଦେଇଛି । କଂଗ୍ରେସ ଏସବୁ ପୋଷ୍ଟର ହଟାଉ, ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଫୋନ ପେ' ଟ୍ବିଟ୍ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦୁର୍ନୀତିକୁ ମୁବ୍ଦା କରି ବଡ ବିଜୟ ହାସଲ କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ '୪୦ ପର୍ସେଣ୍ଟ ସରକାର' ଓ 'ପେସିଏମ୍' ପୋଷ୍ଟର ଲଗାଇଥିଲା । କର୍ଣ୍ଣାଟକରେ ପୋଷ୍ଟର ୱାରରେ କଂଗ୍ରେସ ସଫଳ ହେବା ପରେ ନିର୍ବାଚନ ମୁହାଁ ମଧ୍ୟପ୍ରଦେଶର ମଧ୍ୟ ସମାନ ରଣନୀତି ଆପଣେଇଛି । ଲଗାତାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆକ୍ରମଣ କରୁଛି । ତେବେ ବର୍ତ୍ତମାନ ଫୋନ ପେ'ର ଚେତାବନୀକୁ କଂଗ୍ରେସ କେତେ ଗମ୍ଭୀରତା ସହକାରେ ନେଉଛି ତାହା ଦେଖିବା ବାକି ରହିଲା ।

ଏହାମଧ୍ୟ ପଢନ୍ତୁ: ବିହାର ଗସ୍ତରେ ନୀତିଶଙ୍କୁ ସିଧା ଟାର୍ଗେଟ କଲେ ଶାହ, କହିଲେ ‘ପଲଟୁ ବାବୁ’

ମଧ୍ୟପ୍ରଦେଶରେ ପୋଷ୍ଟର ପଲିଟିକ୍ସ: MP ଫାଇଲ୍ସ ୱେବସିରିଜ ସହ ଏମପି ପୋଷ୍ଟର ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ବିରୋଧରେ ରାଜ୍ୟରେ ୱାଣ୍ଟେଡ କରପ୍ସନ ନାଥ ପୋଷ୍ଟର ମାରିଛି ବିଜେପି । କଂଗ୍ରେସ ମଧ୍ୟ ବିଜେପି ବିରୋଧରେ ଅନୁରୂପ ପୋଷ୍ଟର ମାରିଛି । ଏହାକୁ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଡାର୍ଟି ପଲିଟିକ୍ସ କହିଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶ ପିସିସି ମୁଖ୍ୟ କମଲନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2023, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.