ETV Bharat / bharat

Mob lynching: SAF ଯବାନଙ୍କ ଉପରକୁ ପଥରମାଡ଼, ଅକାଳରେ ଚାଲିଗଲା ଜୀବନ - ଦମୋହ କ୍ରାଇମ

ମଧ୍ୟପ୍ରଦେଶ ଦମୋହ ଅଞ୍ଚଳରେ ଜଣେ SAF ଯବାନଙ୍କ ଅକାଳରେ ମୃତ୍ୟୁ ଘଟିଛି । ତାଙ୍କ ଉପରକୁ ପଥର ଫିଙ୍ଗି କିଛି ଦୁର୍ବୃତ୍ତ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି (Miscreants killed SAF Jawan by stone pelting) । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 24, 2022, 10:27 PM IST

ଭୋପାଳ: ମଧ୍ୟପ୍ରଦେଶ ଦମୋହ ନିକଟ ବଜାରିଆ ୱାର୍ଡ ସ୍ଥିତ କସାଇ ମଣ୍ଡି ଅଞ୍ଚଳରେ ଏସଏଏଫ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟିଛି । କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଢେଲା ପଥର ମାଡ଼ କରିବା ପରେ ତାଙ୍କ ଅବସ୍ଥା ଗମ୍ଭୀର ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି (Miscreants killed SAF Jawan by stone pelting) । ପୋଲିସ ଏହି ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଏମାନଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାରଣ କରିବାକୁ ପଥରମାଡ଼:-

ଶୁକ୍ରବାର ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା SAF ଯବାନ ସୁରେନ୍ଦ୍ର ସିଂ ଖାଦ୍ୟ ଖାଉଥିବାବେଳେ କିଛି ଲୋକ ପୋଲିସ ପୋଷ୍ଟ ବାହାରେ ଜୋରରେ ଶବ୍ଦ କରିଥିଲେ । ଯେତେବେଳେ ଯବାନ ଦୁର୍ବୃତ୍ତମାନଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ ଏହାପରେ ସେମାନେ କ୍ରୋଧିତ ହୋଇପଡ଼ିଥିଲେ । ଏହାପରେ ପୋଲିସକୁ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଯବାନ ଗୁରୁତର ଆହତ ହୋଇପଡ଼ିଥିଲେ ।

ଏହା ବି ପଢନ୍ତୁ- SHOCKING INCIDENT: ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ

ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ:-

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଅଧୀକ୍ଷକ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରି ନିଜେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଆହତ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୁହାଯାଉଛି ଯେ କିଛି ପଥର ତାଙ୍କ ମୁଣ୍ଡରେ ବାଜିଥିଲା, ଯେଉଁ କାରଣରୁ ଅତ୍ୟଧିକ ପରିମାଣର ରକ୍ତସ୍ରାବ ହୋଇଥିଲା । ଏଥିଲାଗି ତାଙ୍କର ଅକାଳରେ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଯବାନଙ୍କ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଆଘାତ ଲାଗିଥିଲା ।

ଏ ନେଇ ପୋଲିସ ଅଧିକ୍ଷଖ ଡି.ଆର ତେନିୱାର କହିଛନ୍ତି, "ପ୍ରାଥମିକ ସୂଚନା ଅନୁସାରେ ଯବାନ ସୁରେନ୍ଦ୍ର ସିଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କୁ ବାରଣ କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ପଥର ବାଜିବା ପରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ସୁରେନ୍ଦ୍ର ୧୦ ବାଟାଲିୟନର ଯବାନ ଥିଲେ । ଘଟଣାର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ କରାଯାଉଛି । ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଖୋଜିବା ଲାଗି ପ୍ରୟାସ କରୁଛି ପୋଲିସ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.