ETV Bharat / bharat

ଭୁଲରେ ପାକିସ୍ତାନ ପଳାଇଥିଲେ ପ୍ରହ୍ଲାଦ, ୨୩ ବର୍ଷ ପରେ ଫେରିଲେ ଭାରତ

author img

By

Published : Aug 31, 2021, 12:36 PM IST

Updated : Aug 31, 2021, 12:44 PM IST

ଦୀର୍ଘ ୨୩ ବର୍ଷ ଧରି ପାକିସ୍ତାନ ଜେଲରେ ରହିବା ପରେ ପଞ୍ଜାବର ଅଟାରୀ-ୱାଘା ସୀମା ଦେଇ ଗତକାଲି ଭାରତ ଫେରିଛନ୍ତି ପ୍ରହ୍ଲାଦ । ୩୩ ବର୍ଷ ବୟସରେ ନିଖୋଜ ହେଲେ ୫୬ ବର୍ଷରେ ଫେରିଲେ । ଅଧିକ ପଢନ୍ତୁ...

୨୩ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଘରକୁ ଫେରିଲେ ମଧ୍ୟପ୍ରଦେଶର ପ୍ରହ୍ଲାଦ

ଭୋପାଳ: ୨୩ ବର୍ଷ ପରେ ପାକିସ୍ତାନ ଜେଲରୁ ଫେରିଲେ ମଧ୍ୟପ୍ରଦେଶର ବାସିନ୍ଦା ପ୍ରହ୍ଲାଦ ସିଂ । ଦୀର୍ଘ ୨୩ ବର୍ଷ ଧରି ପାକିସ୍ତାନ ଜେଲରେ ରହିବା ପରେ ପଞ୍ଜାବର ଅଟାରୀ-ୱାଘା ସୀମା ଦେଇ ଗତକାଲି ଭାରତ ଫେରିଛନ୍ତି ।

ଏନେଇ ପ୍ରୋଟୋକଲ ଅଧିକାରୀ ଅରୁନପାଲ ସିଂ ସୂଚନା ଦେଇ କହିଛନ୍ତି ଯେ ପ୍ରହ୍ଲାଦ ସିଂଙ୍କୁ ନେବା ପାଇଁ ମଧ୍ୟପ୍ରଦେଶର ଏକ ପୋଲିସ ଟିମ୍ ଏବଂ ତାଙ୍କ ସାନ ଭାଇ ଭୀର ସିଂ ଆସିଥିଲେ । ପ୍ରହ୍ଲାଦ ସିଂ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଗୁରୁଗ୍ରାମର ବାସିନ୍ଦା । ସେ ମାନସିକ ବିକାରଗ୍ରସ୍ତ ହେତୁ ୩୦ ବର୍ଷ ବୟସରେ ଘରୁ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ଖବରକାଗଜ ଜରିଆରେ ପୁଅକୁ ଖୋଜିବା ପାଇଁ ବିଜ୍ଞାପନ ଦେଇଥିଲେ । ୨୦୧୪ରେ ନିଖୋଜ ପୁଅ ପାକିସ୍ତାନ ଜେଲରେ ଥିବା ପୋଲିସ ସୂଚନା ପାଇ ପରିବାରକୁ ଜଣାଇଥିଲେ ।

ପୁଅ ଘରକୁ ଫେରିବା ପରେ ଏନେଇ ପରିବାର ଲୋକେ କହିଛନ୍ତି ଯେ ସେ କିପରି ପାକିସ୍ତାନରେ ପହଞ୍ଚିଲେ ତାହା ଆମେ ଜାଣିନାହୁଁ । ସେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଅନେକ ସମୟରେ କାହାରିକୁ ନଜଣାଇ ଘର ବାହାରକୁ ଚାଲିଯାଆନ୍ତି । ତେବେ ତାଙ୍କୁ ପାକିସ୍ତାନ ଜେଲରେ ନିର୍ଯାତନା ଦିଆଯାଇଥିବାରୁ ସେ ଏବେ ଠିକ ଭାବରେ କିଛି କହିପାରୁନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2021, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.