ETV Bharat / bharat

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମିଳିଲା ସନାତନ ଭୂଷଣ ସମ୍ମାନ

author img

By ETV Bharat Odisha Team

Published : Jan 7, 2024, 4:37 PM IST

MP CM Mohan Yadav : ମଧ୍ୟପ୍ରଦେଶର ନୂଆ ମଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କୁ ମିଳିଲା ସନାତନ ଭୂଷଣ ସମ୍ମାନ । ଗତକାଲି ହରିଦ୍ବାରରେ ନିରଞ୍ଜନୀ ଆଖଡା କରିଛି ସମ୍ମାନିତ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମିଳିଲା ସନାତନ ଭୂଷଣ ସମ୍ମାନ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମିଳିଲା ସନାତନ ଭୂଷଣ ସମ୍ମାନ

ଡେରାଡୁନ : ମଧ୍ୟପ୍ରଦେଶର ନୂଆ ମଖ୍ୟମନ୍ତ୍ରୀ ହେବା ପରେ ଡ. ମୋହନ ଯାଦବ ଦେବଭୂମି ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ନଗରୀ ହରିଦ୍ବାରକୁ ନିଜର ପ୍ରଥମ ଗସ୍ତ କରିଛନ୍ତି । ଗତକାଲି ଅର୍ଥାତ ଜାନୁଆରୀ ୬ ତାରିଖରେ ନିରଞ୍ଜନୀ ଆଖଡା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନାତନ ଭୂଷଣ ସମ୍ମାନରେ ସମ୍ମାନିତ କରିଛି । ଏହି ସମାରୋହ ପଞ୍ଚାୟତି ଆଖଡା ଶ୍ରୀନିରଞ୍ଜନୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁଳ ସଂଖ୍ୟାରେ ସାଧୁସନ୍ଥମାନଙ୍କ ସମେତ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ନିଜର ଅଭିଭାଷଣ ଦେବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ସମସ୍ତ ସାଧୁସନ୍ଥମାନଙ୍କୁ ଆଗାମୀ ଉଜ୍ଜୟିନୀର ଭବ୍ୟ ମହାକୁମ୍ଭ ମେଳାରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ଦେଇଥିଲେ ।

ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ରବୀନ୍ଦ୍ର ପୁରୀ ମହାରାଜ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜଣେ ଅତି ଆଧ୍ୟାତ୍ମିକ ବ୍ୟକ୍ତି ଅଟନ୍ତି । ଏଠାରେ ସମଗ୍ର ସାଧୁସନ୍ଥ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ସହ ନିଜର ସମର୍ଥନ ଜଣାଇବାକୁ ଉପସ୍ଥିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ

ବର୍ତ୍ତମାନ କିଛି ଲୋକ ଭଗବାନ ରାମ, ଭଗବାନ କୃଷ୍ଣ ଓ ସନାତନ ଧର୍ମ ଉପରେ ଅନାବଶ୍ୟକ ମନ୍ତବ୍ୟ ଗୁଡିକ ପ୍ରଦାନ କରୁଛନ୍ତି । ଏହା କେବଳ ମିଡିଆରେ ଦୃଷ୍ଟି ଆକର୍ଷଣ ପାଇଁ ତଥା ଶସ୍ତା ଲୋକପ୍ରିୟତା ପାଇଁ କରୁଛନ୍ତି । ତେଣୁ ଅଖିଳ ଭାରତୀୟ ଆଖଡା ପରିଷଦ ଏଭଳି ଧ୍ରୃଷ୍ଟ ମାନଙ୍କୁ ଅପରାଧୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ସୂଚନା ଥାଉ କି ଶିଖ ଧର୍ମ ଅନୁସାରେ ଧର୍ମଗତ ବ୍ୟଭିଚାରୀକୁ 'ତଙ୍ଖୟା' ବୋଲି କୁହାଯାଏ । ଯଦି ଶିଖଧର୍ମକୁ ମାନୁଥିବା କୌଣସି ବ୍ୟକ୍ତି କିଛି ଅଧର୍ମ କାର୍ଯ୍ୟ କରେ ତେବେ ତାଙ୍କୁ କ୍ଷମାଯାଚନା ପାଇଁ ଶିଖ ସଙ୍ଗତ ସମ୍ମୁଖରେ ଉପସ୍ଥିତ ହେବାକୁ ପଡିଥାଏ । ଏହା ପରେ ଶିଖ ସଙ୍ଗତ ଉକ୍ତ ଅପରାଧର ଗମ୍ଭୀରତାକୁ ବିଚାର କରି ଉପଯୁକ୍ତ ଦଣ୍ଡବିଧାନ କରିଥାଏ ।

ମହନ୍ତ ରବୀନ୍ଦ୍ର ପୁରୀ ମହାରାଜ କହିଛନ୍ତି ଯେ ଯେଉଁ ବ୍ୟକ୍ତି ବିଶେଷ ଅଯୋଧ୍ୟା ରାମ ମନ୍ଦିର ବିରୋଧରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରନ୍ତି ତେବେ ତାଙ୍କୁ 'ତଙ୍ଖୟା' ବୋଲି ଘୋଷିତ କରାଯାଉ ଏବଂ ସେମାନଙ୍କୁ ଦିନକ ପାଇଁ ମନ୍ଦିରରେ ସେବାକାର୍ଯ୍ୟରେ ନିୟୋଜିତ କରାଯାଉ । ଏହାପରେ ଉକ୍ତ ବ୍ୟକ୍ତି ମାନଙ୍କୁ ରାମମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.