ETV Bharat / bharat

ଅଟୋରେ ମୋଦିଙ୍କ ଫଟୋ ଲଗାଇ ବୁଲୁଥିଲେ, ମିଳିଲା ହତ୍ୟା ଧମକ

author img

By

Published : Jun 12, 2022, 6:58 AM IST

ମଧ୍ୟପ୍ରଦେଶରେ ଅଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପଡିଲା ମହଙ୍ଗା । ଫଟୋ ନ ହଟାଇଲେ ଚାଳକଙ୍କୁ ହତ୍ୟା ପାଇଁ ଆସିଲା ଧମକ । ଅଧିକ ପଢନ୍ତୁ

ଅଟୋରେ ମୋଦିଙ୍କ ଫଟୋ ଲଗାଇବା ପଡ଼ିଲା ମହଙ୍ଗା, ଆସିଲା ହତ୍ୟା ଧମକ

ଭୋପାଳ: ମଧ୍ୟପ୍ରଦେଶ ବୁରହାନପୁର ଶିକାରପୁରା ଥାନା ଅଞ୍ଚଳରେ ଅଟୋ ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ (Modi and Bhagwat Photo on Auto) ଲଗାଇବା ମୁସଲିମ ଯୁବକଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ସେ ଅଭିଯୋଗ କରିଛନ୍ତି । ସମାଜ ତାଙ୍କ ଶତ୍ରୁ ପାଲଟିଥିବା ବେଳେ ସେ ନିଜ ଜୀବନର ସୁରକ୍ଷା ପାଇଁ ଶେଷରେ ପୋଲିସର ସହଯୋଗ ଲୋଡ଼ିଛନ୍ତି ।

ନେହେରୁ ନଗର ନିବାସୀ ଶେଖ ଅକବର (Attack on auto driver Sheikh Akbar) ଅଟୋ ଚଲାଇଥାନ୍ତି । କିଛି ସମୟ ପୂର୍ବରୁ ସେ ବେକାର ଥିଲେ ଏବଂ ରହିବାକୁ ଘର ମଧ୍ୟ ନଥିଲା । କିନ୍ତୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯୁବକମାନେ ଚାକିରି ପାଇଁ ଘର ଏବଂ ଅଟୋ ରିକ୍ସା ମଧ୍ୟ ପାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଯୋଜନାରୁ ଉପକୃତ ହୋଇ ଯୁବକ ଶେଖ ଆକବର ପ୍ରଧାନମନ୍ତ୍ରୀ ମୋଦି ଏବଂ ମୋହନ ଭାଗବତଙ୍କ ଫଟୋକୁ ତାଙ୍କ ଅଟୋ ରିକ୍ସାରେ ରଖି ସମଗ୍ର ସହରରେ ଅଟୋ ଚଳାଇବା ଆରମ୍ଭ କରିଥିଲେ।

କିନ୍ତୁ ତାଙ୍କର ଏହି କାର୍ଯ୍ୟ ସମାଜର କିଛି ଲୋକଙ୍କୁ ପସନ୍ଦ ଆସିନାହିଁ । କିଛି ଲୋକ ତାଙ୍କୁ ଭଲମନ୍ଦ କହିବା ଆରମ୍ଭ କରିଥିଲେ । ଲୋକମାନେ ଯୁବକଙ୍କୁ ମାଡ ମାରିବା ସହ ଫଟୋ ହଟାଇବା ପାଇଁ କହିଥିଲେ । ଯଦି ସେ ଏହି ଫଟୋ ହଟାନ୍ତି ନାହିଁ ତେବେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଏହାପରେ ଅଟୋ ଚାଳକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.