ETV Bharat / bharat

MP borewell tragedy: 24 ଘଣ୍ଟାର ଅପରେସନ ପରେ ଶିଶୁ ଉଦ୍ଧାର, ହସ୍ପିଟାଲରେ ବୁଜିଲା ଆଖି - ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟ ପ୍ରଦେଶରେ ବୋରଓ୍ବେଲରେ ଖସିପଡିଥିବା 7ବର୍ଷୀୟ ଶିଶୁର ମୃତ୍ୟୁ । 24 ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

24 ଘଣ୍ଟାର ଅପରେସନ ପରେ 7 ବର୍ଷୀୟ ଶିଶୁ ଉଦ୍ଧାର, ହସ୍ପିଟାଲରେ ମୃତ

author img

By

Published : Mar 15, 2023, 4:16 PM IST

ଭୋପାଲ: ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲାରେ ବୋରଓ୍ବେଲରେ ଖସି ପଡିଥିବା 7ବର୍ଷୀୟ ଶିଶୁକୁ ଦୀର୍ଘ 24 ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ମଧ୍ୟ ବଞ୍ଚାଯାଇ ପାରିନାହିଁ । ହସ୍ପିଟାଲରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଉଦ୍ଧାର ଅପରେସନ ଆଜି ମଧ୍ୟାହ୍ନରେ ଶେଷ ହୋଇଥିଲା । ଏକାଧିକ ଟିମ 24 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇ ପାରିନାହିଁ ।

  • अत्यंत दु:खद है कि विदिशा के खेरखेड़ी गांव में बोरवेल में गिरे बेटे लोकेश को अथक प्रयासों के बाद भी नहीं बचाया जा सका।

    ईश्वर से दिवंगत आत्मा की शांति और परिजनों को यह वज्रपात सहन करने की शक्ति देने की प्रार्थना करता हूं।

    ।। ॐ शांति ।।

    — Shivraj Singh Chouhan (@ChouhanShivraj) March 15, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ଉଦ୍ଧାର ଶିଶୁକୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଥିଲେ । ହସ୍ପିଟାଲରେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଆବଶ୍ୟକ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ ଶିଶୁଟି ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ଶିଶୁଟିର ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଖଃ ପ୍ରକାଶ କରିଛନ୍ତି । ସମସ୍ତ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇ ପାରିଲାନାହିଁ । ଶିଶୁର ଆତ୍ମାକୁ ଶାନ୍ତି ମିଳିବା ସହ ଭଗବାନ ପରିବାର ସଦସ୍ୟଙ୍କୁ ଏପରି କଠିନ ସ୍ଥିତିରେ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶିବରାଜ ଟ୍ବିଟ କରି ପ୍ରାର୍ଥନା କରିଛନ୍ତି । ଏପରି ସମୟରେ ମୃତ ଶିଶୁର ପରିବାର ସହିତ ମଧ୍ୟ ପ୍ରଦେଶ ସରକାର ଅଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି ।

ରାଜ୍ଯ ସରକାରଙ୍କ ପକ୍ଷରୁ ତୁରନ୍ତ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ଏହାକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସଫଳତା ମିଳିନଥିଲେ ସୁଦ୍ଧା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ରାଜ୍ୟର ସମସ୍ତ ଜରୁରୀ ବିଭାଗ ସମନ୍ବିତ ଭାବେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଅପରେସନ ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଚୌହାନ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି 7ବର୍ଷୀୟ ଶିଶୁଟି ଘର ନିକଟବର୍ତ୍ତୀ କ୍ଷେତରେ ଖେଳୁଥିବା ଏକ ମାଙ୍କଡ ଦଳ ଆସିଥିଲେ । ଶିଶୁଟି ଭୟଭୀତ ହୋଇ ଏଣେ ତେଣେ ଦୌଡିବା ବେଳେ ନିକଟରେ ଖୋଳଯାଇଥିବା 60ଫୁଟ ଗଭୀର ବୋରଓ୍ବେଲରେ ଖସି ପଡିଥିଲା । ଏକଥା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ସୂଚନା ଦିଆଯାଇଥିଲା । ଗତକାଲି ମଧ୍ୟାହ୍ନରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ବୋରଓ୍ବେଲ ହୋଲ ମଧ୍ୟକୁ ଅକ୍ସିଜେନ ମଧ୍ୟ ଯୋଗାଇଥିଲେ ଉଦ୍ଧାରକାରୀ ଟିମ । ଆଜି(ବୁଧବାର) ମଧ୍ୟାହ୍ନରେ ଶିଶୁକୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ବଞ୍ଚାଯାଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.