ETV Bharat / bharat

Tenzing Norgay Award 2021: ପର୍ବତାରୋହୀ ଶୀତଲ ରାଜ ହେବେ ସମ୍ମାନିତ

author img

By

Published : Nov 13, 2021, 3:20 PM IST

ଉତ୍ତରାଖଣ୍ଡର ଯୁବ ପର୍ବତାରୋହୀ ଶୀତଲ ରାଜ ତେନଜିଂ ନର୍ଗେ ନେସନାଲ ଆଡଭେଞ୍ଚର ଆୱାର୍ଡ ୨୦୨୧ରେ ସମ୍ମାନିତ ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

Tenzing Norgay Award 2021: ପର୍ବତାରୋହୀ ଶୀତଲ ରାଜ ହେବେ ସମ୍ମାନିତ
Tenzing Norgay Award 2021: ପର୍ବତାରୋହୀ ଶୀତଲ ରାଜ ହେବେ ସମ୍ମାନିତ

ଡେରାଡୁନ: ଯୁବ ପର୍ବତାରୋହୀ ଶୀତଲ ରାଜଙ୍କୁ ମିଳିବାକୁ ଯାଉଛି ଚଳିତ ବର୍ଷର ତେନଜିଂ ନର୍ଗେ ନେସନାଲ ଆଡଭେଞ୍ଚର ଆୱାର୍ଡ । ବିଶ୍ବର ସର୍ବୋଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭରେଷ୍ଟ ଚଢିଥିବାରୁ ତାଙ୍କୁ ଆସନ୍ତା ନଭେମ୍ବର ୧୩ ତାରିଖରେ ଏହି ସମ୍ମାନରେ ସମ୍ମାନିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ଶୀତଲ(୨୫) ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାର ସଲୋଡା ଗ୍ରାମର ଅଧିବାସୀ । ସେ ବର୍ତ୍ତମାନ କୁମାଓଁ ମଣ୍ଡଳ ବିକାଶ ନିଗମର ଦୁଃସାହସିକ ପର୍ଯ୍ୟଟନ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ୨୦୧୮ ମସିହାରେ କାଙ୍ଗଚେଞ୍ଜୁଙ୍ଗା ପର୍ବତର ପ୍ରାୟ ୮,୫୮୬ ମିଟର ଚଢିଥିଲେ । ଏହାପରେ ସେ ୨୦୧୯ ମସିହାରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ସେ ୟୁରୋପର Mount Elbrus ଆରୋହଣ କରି ଭାରତୀୟ ପତାକା ଉଡାଇଥିଲେ । ଏହାସହିତ ସେ 'ତ୍ରିଶୁଳ' ପର୍ବତର ଶିଖରରେ ମଧ୍ୟ ପହଞ୍ଚିଛନ୍ତି । ତେବେ ଏହି ଆୱାର୍ଡ ପାଇବାରେ ଉତ୍ତରାଖଣ୍ଡର ଯୁବ ପର୍ବତାରୋହୀ ହେବାକୁ ଯାଉଛନ୍ତି ଶୀତଲ ।

ପୂର୍ବରୁ ଉତ୍ତରାଖଣ୍ଡ ସରକାରଙ୍କଠୁ ସେ Tilu Rauteli ଆୱାର୍ଡ ଗ୍ରହଣ କରିଥିଲେ । କିନ୍ତୁ ଏବେ ଭାରତ ସରକାରଙ୍କଠାରୁ ପର୍ବତ ଆରୋହଣରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ତାଙ୍କୁ ତେନଜିଂ ନର୍ଗେ ଆୱାର୍ଡରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଶୀତଲଙ୍କ ପିତା ଉମାଶଙ୍କର ରାଜ ଜଣେ ଟାକ୍ସି ଡ୍ରାଇଭର ହୋଇଥିବା ବେଳେ ମା' ଜଣେ ଗୃହିଣୀ । ପର୍ବତ ଆରୋହଣ କରିବାରେ ଶୀତଲ ଛୋଟ ବେଳୁ ରୁଚି ରଖୁଥିଲେ । ଏହାପରେ ସେ ପାହାଡ଼ର ଉଚ୍ଚକୁ ଚଢିବା ଆରମ୍ଭ କରିଥିଲେ । ଏହାପରେ ସେ ପର୍ବତ ଆରୋହଣକୁ ନିଜ ଜୀବନର ଲକ୍ଷ୍ୟ ବନାଇଥିଲେ ।

ଶୀତଲ ଏହି ପୁରସ୍କାର ପାଇ ଉତ୍ତରାଖଣ୍ଡ ସହିତ ରାଜ୍ୟର ଏହି ବିଭାଗକୁ ଗର୍ବିତ କରାଇଛନ୍ତି ବୋଲି କହିଛନ୍ତି କୁମାଓଁ ମଣ୍ଡଳ ବିକାଶ ନିଗମର ମ୍ୟାନେଜର ଏପି ବାଜପେୟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.