ETV Bharat / bharat

ମାଆ ଛୁଆର ମୃତଦେହ ଉଦ୍ଧାର, ମାଆର ମୃତଦେହ ପାଖରେ ରାତି କାଟିଲା ବଡ଼ପୁଅ - ପାରିବାରିକ କଳହକୁ ନେଇ କରୁଣ ଚିତ୍ର

ପାରିବାରିକ କଳହ ନେଇ ଚାଲିଗଲା ଦୁଇ ଜୀବନ । ମାଆର ମୃତଦେହ ପାଖରେ ରାତି କାଟିଲା ୧୦ ବର୍ଷର ପୁଅ । ଅଧିକ ପଢ଼ନ୍ତୁ

ପାରିବାରିକ କଳହକୁ ନେଇ ଚାଲିଗଲା ଦୁଇ ନିରୀହ ଜୀବନ

author img

By

Published : Jan 22, 2023, 8:04 PM IST

ରାଞ୍ଚି: ପୁଣି ସାମ୍ନାକୁ ଆସିଲା ପାରିବାରିକ କଳହକୁ ନେଇ ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କ ହୃହୟକୁ ଭିତରୁ ଥରାଇ ଦେଇଛି । ନିଜ ଅନ୍ତ ଚିରି ଜନ୍ମ ଦେଇଥିବା ମା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା ଉଦ୍ୟମ କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ତେବେ ମହିଳାଙ୍କ ୧୦ ବର୍ଷର ପୁଅ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲା । ଏହାପରେ ସେ ନିଜ ସାନଭାଇ ଏବଂ ମାଆଙ୍କ ମୃତଦେହକୁ ଖଟ ଉପରେ ରଖି ରାତିସାରା ସେମାନଙ୍କ ସହିତ ଶୋଇଥିଲା ପୁଅ । ଝାଡଖଣ୍ଡର ପାଲାମୁ ଜିଲ୍ଲା ଡିଭିଜନର ମୁଖ୍ୟାଳୟ ମେଦିନିନଗରଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ରଙ୍ଗେଇ ଗାଁର ଘଟିଛି ଏପରି ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ହେଉଛନ୍ତି ରଙ୍ଗେଇ ଗାଁର ବିକାଶ ଦାସଙ୍କ ପତ୍ନୀ ଶାନ୍ତି ଦେବୀ । ସ୍ୱାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପରିବାରରେ କଳହ ଲାଗି ରହୁଥିଲା । ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ସହଜରେ ଗ୍ରହଣ କରିପାରି ନଥିଲେ ପତ୍ନୀ ଶାନ୍ତି ଦେବୀ । ଏହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ପ୍ରତ୍ୟକ ଦିନର କଳହରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଶନିବାର ରାତିରେ ଉଭୟ ପିଲାଙ୍କୁ ଖାଇବାକୁ ଦେବା ପରେ ଶାନ୍ତି ଶୋଇବାକୁ ଚାଲି ଯାଇଥିଲେ । ଶନିବାର ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ଏହି ଘଟଣାରେ ଶାନ୍ତି ଦେବୀଙ୍କ ସହ ତାଙ୍କ ୮ ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ୧୦ ବର୍ଷର ପୁଅ ସୁରକ୍ଷିତତ ଭାବରେ ଉଦ୍ଧାର ହୋଇଛି । କିଛି କ୍ଷଣ ମଧ୍ୟରେ ୧୦ ବର୍ଷର ପୁଅ ଛୋଟୁ ତାର ମା‘ଏବଂ ସାନଭାଇର ସ୍ନେହକୁ ଚିର ଦିନ ପାଇଁ ହରେଇ ଦେଇଛି । ତେବେ ଛୋଟୁ ନିଜ ସାନଭାଇ ମୃତଦେହକୁ ନିଜ କୋଳରେ ରଖି ରାତିସାରା ସେମାନଙ୍କ ସହିତ ଶୋଇଥିଲେ । ରବିବାର ସକାଳୁ ଛୋଟୁ ପଡୋଶୀମାନଙ୍କୁ ପୁରା ଘଟଣା ବିଷୟରେ ଜଣାଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଲାମୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମହିଳା ଜଣଙ୍କ ପାଲାମୁସ୍ଥିତ ମାନାଟୁ ପୋଲିସ ଷ୍ଟେସନ ଅଧୀନରେ ଥିବା ରଙ୍ଗେଇ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି । ପାଲାମୁ ପୋଲିସ ସୂଚନା ଅନୁଯାୟୀ ଶାନ୍ତି ଦେବୀଙ୍କ ସ୍ୱାମୀ ବିକାଶ ଦାସ ଗତ ବର୍ଷ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାକୁ ନେଇ ବାରମ୍ବାର ଝଗଡ଼ା ଲାଗି ରହୁଥିଲା । କିଛି ଦିନ ପୂର୍ବରୁ ବିକାଶ ଦାସଙ୍କ ଦ୍ୱିତୀୟ ପତ୍ନୀ ସେମାନଙ୍କ ସହ ରହିବାକୁ ଲାଗିଥିଲେ । ଯାହାକୁ ନେଇ ଶାନ୍ତି ଦେବୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରୁଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.