ETV Bharat / bharat

ପ୍ରେମିକ କଥାରେ ନବଜାତ ଶିଶୁକୁ ଶୌଚାଳୟରେ ଛାଡି ଚାଲିଗଲା ମାଆ

ସ୍ନେହ ଦେବା ବଦଳରେ ଶିଶୁକୁ ମରଣ ମୁହଁକୁ ଠେଲି ଦେଲା ମାଆ । ନବଜାତ ଶିଶୁକୁ ଜନ୍ମ ଦେବା ପରେ ଶୌଚାଳୟରେ ପକାଇଦେଇ ଛାଡି ଚାଲିଗଲେ ମହିଳା । ଅଧିକ ପଢନ୍ତୁ

ନବଜାତ ଶିଶୁକୁ ଶୌଚାଳୟରେ ଛାଡିଚାଲିଗଲା ମାଆ
ନବଜାତ ଶିଶୁକୁ ଶୌଚାଳୟରେ ଛାଡିଚାଲିଗଲା ମାଆ
author img

By

Published : May 26, 2022, 12:59 PM IST

ମୁମ୍ବାଇ: ହଜିଗଲା ମାନବିକତା, ମରିଗଲା ମଣିଷ ପାଣିଆ । ସ୍ନେହ ଦେବା ବଦଳରେ ଶିଶୁକୁ ମରଣ ମୁହଁକୁ ଠେଲି ଦେଲା ଜନ୍ମକଲା ମାଆ । ନବଜାତ ଶିଶୁକୁ ଜନ୍ମ ଦେବା ପରେ ଶୌଚାଳୟରେ ପକାଇଦେଇ ଛାଡି ଚାଲିଯାଇଛି ଜଣେ ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପୁନେର ୱାଡଗାଓଁର ବୁଦ୍ରୁକ ଟୁକାଇନଗରରେ । ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ପ୍ରେମିକ ସହ ଅନୈତିକ ସମ୍ପର୍କ କାରଣରୁ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ ମହିଳା ଜଣଙ୍କ । ଏହାପରେ ପ୍ରେମିକ କଥାରେ ପଡି ଶିଶୁଟିକୁ ସର୍ବସାଧାରଣରେ ଥିବା ଏକ ଶୌଚାଳରେ ଛାଡି ଚାଲିଯାଇଥିଲେ । ବୁଧବାର ସକାଳେ ଶୌଚାଳୟରେ ଶିଶୁଟି କାନ୍ଦିବା ଶୁଣି ସ୍ଥାନୀୟ ଲୋକେ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍‌ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଶିଶୁଟିର ଚିକିତ୍ସା ଜାରି ରହିଥିବାବେଳେ ଜନ୍ମ ଦେଇଥିବା ମହିଳା ଓ ତାଙ୍କ ପ୍ରେମିକଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.