ETV Bharat / bharat

ହାୟ ବିଧାତା ! ଯେଉଁଠି ଝିଅ ଦୁନିଆ ଦେଖିଲା ସେଇଠି ବାପା ଆଖି ବୁଜିଲା

author img

By ETV Bharat Odisha Team

Published : Oct 22, 2023, 10:16 AM IST

ଏମିତିବି ଦୁଃଖ ଆସେ । ଯେଉଁ ହସ୍ପିଟାଲରେ ଝିଅ ଜନ୍ମ ହେଲା, ସେହି ହସ୍ପିଟାଲେର ବାପାର ଜୀବନ ଚାଲିଗଲା । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା । ଯେଉଁ ହସ୍ପିଟାଲରେ ଝିଅ ଜନ୍ମ ହେଲା, ସେହି ହସ୍ପିଟାଲେର ବାପାର ଜୀବନ ଚାଲିଗଲା । ହଲସ୍ପିଟାଲରେ ଗୋଟିଏ ଓ୍ବାର୍ଡରେ କୁଆଁ କୁଆଁ ଶୁଭୁଥିବା ବେଳେ ଅନ୍ୟ ଏକ ଓ୍ବାର୍ଡରେ ଚିର ନିଦ୍ରାରେ ଶୋଇଗଲେ ନବଜାତ ଶିଶୁ କନ୍ୟାର ବାପା । ଦୁନିଆକୁ ଦେଖିବା ଆଗରୁ ବାପ ଛାଉଣ୍ଡ ହୋଇଗଲା କଅଁଳ ଶିଶୁ ।

ଘଟଣାଟି ଥିଲା ଏମିତି: କରମମ୍ପୁଡିର ବାଥିନା ଆନନ୍ଦଙ୍କ ପତ୍ନୀ ରାମାନଜିନୀ ଗର୍ଭବତୀ ଥିଲେ । ଶୁକ୍ରବାର ରାତି 9ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କରମମ୍ପୁଡି PHCକୁ ନିଆଯାଇଥିଲା । ସେଠାରେ କୌଣସି ଡାକ୍ତର ନଥିବାରୁ ଗୁରୁଜାଲ ସରକାରୀ ଡାକ୍ତରଖାନା ଯିବାକୁ ତାଙ୍କୁ କୁହାଯାଇଥିଲା । ସେଠାରୁ 20 କିଲୋମିଟର ଦୂରରେ ଥିବା ଗୁରୁଜାଲ ହସ୍ପିଟାଲରେ ଆମ୍ବୁଲାନ୍ସରେ ପହଞ୍ଚିଥିଲେ ରାମାନଜିନୀ ଓ ତାଙ୍କ ସ୍ବାମୀ । ଏହାପରେ ଅଧିକ ଚିକିତ୍ସା ଆବଶ୍ୟକ ଥିବାକରୁ ସେଠାକାର ଡାକ୍ତର ଗର୍ଭବତୀଙ୍କୁ ନରସାରାଓପେଟ ସରକାରୀ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ । ଯାହା ସେଠାରୁ 70 କିଲୋମିଟର ଦୂରରେ ଥିଲା । ଶନିବାର ସକାଳେ ରାମାନଜିନୀ ସେଠାରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଏମିତି ଚାଲିଛି ସ୍ବାସ୍ଥ୍ୟ ସେବା: ପେଟରେ ବଢୁଥିଲା ଟ୍ୟୁମର, ଡାକ୍ତର କହିଲେ ମହିଳା ଗର୍ଭବତୀ

ଏହା ମଧ୍ୟ ପଢନ୍ତୁ-ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା, ନାହାନ୍ତି ସ୍ଥାୟୀ ଡାକ୍ତର

କିନ୍ତୁ ଦୁଃଖର ବିଷୟ ହେଉଛି, ଯେତେ ବେଳେ ନରସାରାଓପେଟ ସରକାରୀ ଡାକ୍ତରଖାନାକୁ ରାମାନଜିନୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିଲା, ସେହି ସମୟରେ ତାଙ୍କ ସ୍ବାମୀ ମଧ୍ୟ ବାଇକ ଯୋଗେ ତାଙ୍କ ପଛେ ପଛେ ଯାଉଥିଲେ । କିନ୍ତୁ ବାଟରେ ଜଗିଥିଲା ଜମ । ଜୁଲାକାଲୁ ରାସ୍ତାରେ ଥିବା ଏକ ଖାଲରେ ପଡ଼ି ଗୁରୁତର ଆହତ ହୋଇଥିଲେ ବାଥିନା ଆନନ୍ଦ । ତାଙ୍କୁ ମଧ୍ୟ ଆମ୍ବୁଲାନ୍ସରେ ନରସାରାଓପେଟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଆନ୍ଧ୍ର ପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲନାଡୁରେ ଘଟିଛି । ତିନୋଟି ହସ୍ପିଟାଲକୁ ଯିବା ପରେ ମହିଳା ପ୍ରସବ କରିବା ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ଜିଲ୍ଲାରେ ସ୍ବାସ୍ଥ୍ୟସେବା କିପରି ରହିଛି, ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ଅନ୍ୟପଟେ ଯଦି କରମମ୍ପୁଡି PHCରେ ମହିଳାଙ୍କ ପ୍ରସବ ହୋଇଥାଆନ୍ତା ତେବେ ତାଙ୍କ ସ୍ବାମୀଙ୍କ ଆଜି ଦୁର୍ଘଟଣାରେ ମୃତ୍ୟୁ ହୋଇନଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଯଦି ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏପରି ସମସ୍ୟା, ତେବେ ଭାବନ୍ତୁ ଅନ୍ୟ ଜିଲ୍ଲାରେ କିଭଳି ସ୍ବାସ୍ଥ୍ୟ ସେବା ପାଉଥିବେ ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.