ETV Bharat / bharat

Lack of breast milk: ସ୍ତନ କ୍ଷୀର ଅଭାବରୁ ଦେଢ ମାସର ଶିଶୁକୁ ଧରି ହ୍ରଦକୁ ଡେଇଁଲା ମା' - ମାଆ କ୍ଷୀର

ସ୍ତନ କ୍ଷୀର ଅଭାବରୁ ଚିନ୍ତାରେ ପଡ଼ିଲା ମାଆ । ଶେଷରେ ନିଜ କୋମଳମତୀ ଶିଶୁକୁ ଧରେ ହ୍ରଦକୁ ଡେଇଁଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 10, 2023, 6:33 PM IST

ବେଙ୍ଗାଲୁରୁ: ଶିଶୁଟିକୁ ଜନ୍ମ ଦେବା ପରେ ମା' କ୍ଷୀର ତା ପାଇଁ ଖାଦ୍ୟଠୁ ଆରମ୍ଭ କରି ସଞ୍ଜିବନି ପରି ହୋଇଥାଏ । ମାଆ କ୍ଷୀର ଖାଇବା ଦ୍ବାରା ଶିଶୁଟିର ବୌଧିକ, ଶାରୀରିକ ବିକାଶ ଭଲ ହୋଇଥାଏ । ଏହି କଥାଟିକୁ ଭଲ ଭାବେ ଜାଣିଥାନ୍ତି ପ୍ରତ୍ୟେକ ମାଆ । ସ୍ତନ୍ୟ କ୍ଷୀର ଅଭାବରୁ ଜଣେ ମହିଳା ବ୍ୟସ୍ତବିବ୍ରତ ହୋଇ ନିଜର ଦେଢ ମାସ ଶିଶୁକୁ ଧରି ଘର ନିକଟ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । କର୍ଣ୍ଣାଟକ ଶିବମୋଗା ଅଞ୍ଚଳରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।

ଆତ୍ମହତ୍ୟା କରିଥିବା ଏହି ମହିଳା ଜଣକ ହେଉଛନ୍ତି କୁପ୍ପାଗଡ଼ା ଗ୍ରାମର ଶାନ୍ତା (୨୮) । ଯିଏକି ରବିବାର ବିଳମ୍ବିତ ରାତ୍ରିରେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ପୋଲିସର ସୂଚନା ଅନୁସାରେ ଶାନ୍ତା ପାଖ ଗ୍ରାମ ଜଡେହଲ୍ଲିରେ ବିବାହ କରିଥିଲେ । ସେ ଡେଲିଭରି ପାଇଁ ନିଜ ହୋମଟାଉନ କୁପ୍ପାଗଡ଼ାକୁ ଆସିଥିଲେ । ଏହାପରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ଶିଶୁ ଲାଗି ତାଙ୍କ ଶରୀରରେ ଆବଶ୍ୟକ ମୁତାବକ କ୍ଷୀର ପ୍ରଡ୍ୟୁସ ହେଉନଥିଲା । ଫଳରେ ଶିଶୁଟି ଉପଯୁକ୍ତ ପରିମାଣରେ ମା' କ୍ଷୀର ପାଇପାରୁନଥିଲା । ଏଥିଲାଗି ସର୍ବଦା ଚିନ୍ତାରେ ରହୁଥିଲେ ନୂଆ କରି ମାତୃତ୍ବ ଲାଭ କରିଥିବା ମହିଳା ଜଣକ ।

ଏହା ବି ପଢନ୍ତୁ- Congress targets Center: 'ପେଗାସସ ପରେ ନୂଆ ସ୍ପାଇୱେର କିଣିବାକୁ ଉଦ୍ୟମ କରୁଛି କେନ୍ଦ୍ର'

ଉପଯୁକ୍ତ ପରିମାଣର ମା' କ୍ଷୀର ଅଭାବରୁ ଶିଶୁର ବିକାଶରେ ମଧ୍ୟ ବାଧା ଉପୁଜିଥିଲା । ଏହାକୁ ଅତି ଗମ୍ଭୀର ଭାବରେ ନେଇ ମହିଳା ଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ଏଥିଲାଗି ସେ ଆତ୍ମହତ୍ୟା ଘର ନିକଟରେ ଥିବା ଏକ ଜଳାଶୟରେ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି । ଏଥିରେ ଦେଢ ମାସର ଶିଶୁଟି ମଧ୍ୟ ବଳି ପଡ଼ିଛି । ସୋମବାର ସକାଳେ ହ୍ରଦରେ କୋମଳମତୀ ଶିଶୁଟି ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜଳାଶୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ମହିଳାଙ୍କ ମୃତଦେହକୁ ଠାବ କରିଥିବା ବେଳେ ଶିଶୁର ମୃତଦେହକୁ ଉଦ୍ଧାର କରିଛି । ଏନେଇ ଅନାଭତ୍ତି ଥାନାରେ ଏକ ମାମଲା ରୁଜୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.