ETV Bharat / bharat

ଭୋପାଳରେ ପହଞ୍ଚିଲା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ପାଇଁ ଭିଡ

author img

By

Published : Dec 16, 2021, 6:22 PM IST

ଭୋପାଳ ବିମାନବନ୍ଦରରେ ପହଞ୍ଚିଲା କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ମଙ୍ଗଳବାର) ବେଙ୍ଗାଲୁରୁରେ ହୋଇଥିଲା ମୃତ୍ୟୁ । ଅଧିକ ପଢନ୍ତୁ

ଭୋପାଳରେ ପହଞ୍ଚିଲା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ପାଇଁ ଭିଡ
ଭୋପାଳରେ ପହଞ୍ଚିଲା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ପାଇଁ ଭିଡ

ଭୋପାଳ: ସିଡିଏସ ବିପିନ ରାଓ୍ବତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର ଆଜି ଭୋପାଳରେ ପହଞ୍ଚିଛି । ବେଙ୍ଗାଲୁରୁରେ ସେ ଚିକିତ୍ସାଧୀନ ଥିବା ହସ୍ପିଟାଲରେ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି (ଗୁରୁବାର) ଭୋପାଳ ଅଣାଯାଇଛି ।

  • मां भारती के सपूत, शौर्य के प्रतीक, वीर जवान, श्रद्धेय वरुण सिंह जी के चरणों में श्रद्धासुमन अर्पित करता हूं। उनका अंतिम संस्कार पूरे राजकीय और सैनिक सम्मान के साथ किया जायेगा। pic.twitter.com/ibmaR8XYaj

    — Shivraj Singh Chouhan (@ChouhanShivraj) December 16, 2021 " class="align-text-top noRightClick twitterSection" data=" ">

ପାର୍ଥିବ ଶରୀର ପହଞ୍ଚିବା ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବରୁଣଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କ ନାମରେ କୌଣସି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସରକାର ବିଚାର କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରୁଣଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ଗତ ୮ ତାରିଖରେ ଘଟିଥିବା ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକମାତ୍ର ଜୀବିତ ଭାବେ ଉଦ୍ଧାର ହୋଇଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ପ୍ରଥମେ ତାଙ୍କୁ ସେନା ହସ୍ପିଟାଲ ଓ ପରେ ଉଚ୍ଚତର ଚିକିତ୍ସା ପାଇଁ ବେଙ୍ଗାଲୁୁରୁକୁ ସ୍ଥାନାନ୍ତରିତ କରିଥିଲା ଭାରତୀୟ ବାୟୁସେନା । ତେବେ ଗତକାଲି (ବୁଧବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.