ETV Bharat / bharat

ଏଣିକି ସରକାରୀ ସ୍କୁଲରେ ମିଳିବ ପ୍ରାତଃଭୋଜନ

ତାମିଲନାଡୁର ସରକାରୀ ପ୍ରାଥମିକ ସ୍କୁଲରେ ମିଳିବ ପ୍ରାତଃଭୋଜନ । ପୂର୍ବରୁ ଘୋଷଣା ହୋଇଥିବା ଯୋଜନାରେ ବୁଧବାର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି । ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳକୁ ଗୁରୁତ୍ବ । ଅଧିକ ପଢନ୍ତୁ

author img

By

Published : Jul 28, 2022, 7:31 AM IST

ତାମିଲନାଡୁରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରତଃଭୋଜନ ଯୋଜନା

ଚେନ୍ନାଇ: ଏଣିକି ତାମିଲନାଡୁର ସରକାରୀ ପ୍ରାଥମିକ ସ୍କୁଲରେ ମିଳିବ ପ୍ରାତଃଭୋଜନ (Break fast) । ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରୁ 5 ଶ୍ରେଣୀ ପର୍ଯ୍ୟନ୍ତ ମୁକ୍ତ ବ୍ରେକଫାଷ୍ଟ ଯୋଗାଇବା ନେଇ ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ମେ’ 7 ତାରିଖରେ ଏହି ଯୋଜନା ଘୋଷଣା କରାଯାଇଥିବା ବେଳେ ବୁଧବାର ଠାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ କିଛି ପୌରାଞ୍ଚଳ ଓ ଉପାନ୍ତ ଜିଲ୍ଲାର ସ୍କୁଲଗୁଡିକୁ ସାମିଲ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ସରକାରୀ ପ୍ରାଥମିକ ସ୍କୁଲକୁ ଏହି ଯୋଜନା ଅଧୀନକୁ ଆଣିବା ପାଇଁ ସରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରୀ ସୂତ୍ରରୁ ମଳିଥିବା ସୂଚନା ଅନୁସାରେ, ଶିକ୍ଷାବର୍ଷ 2022-23 ରେ ରାଜ୍ୟର ମୋଟ 1,545 ସରକାରୀ ପ୍ରାଥମିକ ସ୍କୁଲରେ ପଢୁଥିବା 1,14,095 ଛାତ୍ରଛାତ୍ରୀ ଏହି ଯୋଜନରେ ଉପକୃତ ହେବେ ।

ପିଲାଙ୍କୁ ମିଳିବାକୁ ଥିବା ଜଳଖିଆ ପାଇଁ ସାପ୍ତାହିକ ମେନୁ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଖାଦ୍ୟର ପରିମାଣ ଓ ଗୁଣବତ୍ତାକୁ ନିଶ୍ଚିତ କରିବା ଦିଗରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ମୋଟ ଅଟକଳ ରାଶି 33.56 କୋଟି ରଖାଯାଇଛି । ତାମିଲନାଡୁ ସରକାରଙ୍କ ଏପରି ଯୋଜନା ପିଲାଙ୍କୁ ସ୍କୁଲ ଅଭିମୁଖୀ କରିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.