ETV Bharat / bharat

ମଧ୍ୟପ୍ରଦେଶ ଲେପା ଗାଁରେ ପୁଣି ଫୁଟିଲା ଗୁଳି, ଗୋଟିଏ ପରିବାରର ୬ ମୃତ

author img

By

Published : May 5, 2023, 3:46 PM IST

Updated : May 5, 2023, 4:26 PM IST

୧୦ବର୍ଷର ପୁରୁଣା ବିବାଦକୁ ନେଇ ମଧ୍ୟପ୍ରଦେଶ ମୁରୈନା ଜିଲ୍ଲା ଲେପା ଗାଁରେ ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଗୋଟିଏ ପରିବାରର ୬ଜଣଙ୍କର ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

Etv Bharat
Etv Bharat
ହତ୍ୟାକାଣ୍ଡର ଲାଇଭ ଦୃଶ୍ୟ

ଭୋପାଳ: ମଧ୍ୟପ୍ରଦେଶ ମୁରୈନା ଜିଲ୍ଲା ଲେପା ଗାଁରେ ପୁଣି ଫୁଟିଲା ଗୁଳି । ୧୦ ବର୍ଷର ପୁରୁଣା ବିବାଦକୁ ନେଇ ଘଟିଛି ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ୨ ମହିଳାଙ୍କ ସମେତ ମୋଟ ୬ଜଣଙ୍କର ମୃତ୍ୟୁ ଘଟିଛି । ଗାଁରେ ପ୍ରଥମେ ତୋମର ସମ୍ପ୍ରଦାୟର ୨ ପରିବାର ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ଗୋଟିଏ ପରିବାର ଅନ୍ୟ ପରିବାର ଉପରକୁ ଗୁଳିମାଡ଼ କରିଥିଲା । ଫଳରେ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ତେବେ ଗୁରୁତରମାନଙ୍କ ଚିକିତ୍ସା ଲାଗି ପୋଲିସ ମୁରୈନା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି ।

ମିଳିଥିବା ସୂଚନା ଅନୁସାରେ ମୁରୈନା ଜିଲ୍ଲାର ସିହୋନିଆଁ ଥାନା ଅଧୀନ ଲେପା ଗାଁରେ ରଞ୍ଜିତ ତୋମର ଓ ରାମବୀର ସିଂହ ତୋମରଙ୍କ ମଧ୍ୟରେ ପୁରୁଣା ବିବାଦ ରହିଥିଲା । ଏହି ଶତ୍ରୁତା ମଧ୍ୟରେ ଶୁକ୍ରବାର ସକାଳେ ୨ ପରିବାର ସାମ୍ନାସାମ୍ନି ହୋଇଥିଲେ । ପ୍ରଥମେ ଉଭୟ ପରିବାର ଲାଠିରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏହାପରେ ଫାୟାରିଂ ଆରମ୍ଭ ହୋଇଥିଲା । ରାମବୀର ତୋମରଙ୍କ ପରିବାରର ଜଣେ ଯୁବକ ପ୍ରଥମେ ରଞ୍ଜିତ ତୋମରଙ୍କ ପରିବାର ଉପରକୁ ଗୁଳିମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ରଞ୍ଜିତ ତୋମର ସିଂହଙ୍କ ୨ ପୁଅ ଫୁନ୍ଦି ତୋମର ଓ ସଞ୍ଜୁ ତୋମରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ପନ୍ତ ହସ୍ପିଟାଲରେ ମହିଳାଙ୍କ ସହ ଦୁଷ୍କର୍ମ, ଅମାନବୀୟ କାଣ୍ଡ ପରେ ପୀଡ଼ିତାଙ୍କୁ ଆକ୍ରମଣ

ଏହି ଗୁଳିକାଣ୍ଡରେ ରଞ୍ଜିତଙ୍କ ପରିବାରର ୨ ମହିଳାଙ୍କ ସମେତ ମୋଟ ୬ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେପଟେ ଗୁଳିକାଣ୍ଡ ପରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କେହି କାହା ଘରୁ ବାହାରି ନଥିବା ଦେଖିବାକୁ ମିଳିଛି । ଫଳରେ ପୋଲିସ ଆସିବା ପର୍ଯ୍ୟନ୍ତ ଆହତମାନେ ଉକ୍ତ ସ୍ଥାନରେ ପଡ଼ି ରହିଥିଲେ ।

କଣ ପୁରା ମାମଲା ? ପ୍ରାୟ ୧୦ ବର୍ଷ ପୂର୍ବେ ରଞ୍ଜିତ ତୋମରଙ୍କ ପରିବାରର କିଛି ସଦସ୍ୟ ରାମବୀର ତୋମରଙ୍କ ପରିବାରର ୨ଜଣଙ୍କୁ ହତ୍ୟା କରିଥିଲେ । ଏହାପରେ ଅଭିଯୁକ୍ତ ପରିବାର ଗାଁ ଛାଡି ପଳାୟନ କରିଥିଲେ । ହେଲେ କୌଣସି ବୁଝାମଣା ପାଇଁ ଯେତେବେଳେ ରଞ୍ଜିତଙ୍କ ପରିବାର ଆଜି ଗାଁକୁ ଫେରିଥିଲେ, ସେତେବେଳେ ରାମବୀରଙ୍କ ପରିବାର ୧୦ବର୍ଷର ପ୍ରତିଶୋଧ ନେବା ଲାଗି ଯେପରି ପ୍ରସ୍ତୁତ ରହିଥିଲେ । ଆଉ ଏହି ପରିବାର ଉପରେ ଲାଠିଚାର୍ଜ କରିଥିଲେ । ଏହାପରେ ସ୍ଥିତି ଭୟାବହ ହୋଇଥିଲା ବୋଲି ASP ରାଇସିଂ ନରୱାରିୟା ସୂଚନା ଦେଇଛନ୍ତି ।

ଜମିଜମା ବିବାଦକୁ ନେଇ ଉପୁଜିଥିଲା ବିବାଦ: ମୃତ ପରିବାରର ସଦସ୍ୟ ରଘୁରାଜ(ରଞ୍ଜିତ ତୋମରଙ୍କ ପରିବାରର ସଦସ୍ୟ)ଙ୍କ କହିବାନୁସାରେ ୨୦୧୩ ମସିହାରେ ସେମାନେ ବିଦ୍ୟାଳୟ ପାଇଁ ୬ ଏକର ଜମି ଦାନ କରିଥିଲେ । ଏହି ଜମିରେ କୌଣସି ପ୍ରକାର ଘରୋଇ ବ୍ୟବହାର ଲାଗି ବାରଣ କରାଯାଇଥିଲା । ହେଲେ ରାମବୀର ସିଂ ତୋମରଙ୍କ ପରିବାର ଏହି ଜମିକୁ ବ୍ୟବହାର କରିଥିଲେ । ଯେତେବେଳେ ଏଥିଲାଗି ଜମି ଦାନ କରିଥିବା ରଞ୍ଜିତ ତୋମରଙ୍କ ପରିବାର ବାରଣ କରିଥିଲେ, ଏହାପରେ ଝଗଡ଼ା ସୃଷ୍ଟି ହୋଇଥିଲା । ଏହି ବିବାଦ ଭୟାବହ ରୂପ ନେବା ପରେ ରାମବୀରଙ୍କ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ରଞ୍ଜିତ ତୋମରଙ୍କ ପରିବାରକୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ହେଲେ ସଜା ଶେଷ ହେବା ପରେ ସେମାନେ ବାହାରେ ରହିଆସୁଥିଲେ ବୋଲି କହିଛନ୍ତି ରଘୁରାଜ ।

ରଘୁରାଜ ଆହୁରି କହିଛନ୍ତି ଯେ ୧ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଅଭିଯୁକ୍ତ ରାମବୀର ସିଂଙ୍କ ପରିବାର ତାଙ୍କୁ ଗାଁ ଫେରି ଆସିବାକୁ କହିଥିଲେ । ଆଉ ଏଠାରେ ସେମାନେ ରହିପାରିବେ ବୋଲି କହିଥିଲେ । ଏହାପରେ ପୁରା ପରିବାର ଶୁକ୍ରବାର ଅହମ୍ମଦାବାଦରୁ ଲେପା ଗାଁକୁ ଫେରିଥିଲା । ଯେତେବେଳେ ସେମାନେ ଗାଡ଼ିରୁ ଓହ୍ଲାଇଥିଲେ ତତକ୍ଷଣାତ ପୁରୁଣା ପ୍ରତିଶୋଧ ନେବା ଲାଗି ରାମବୀରଙ୍କ ପରିବାର ତାଙ୍କ ଉପରେ ଲାଠିଚାର୍ଜ କରିଥିଲେ । ଏହାପରେ ଗୁଳି ଚାଳନା କରିବାରୁ ରଞ୍ଜିତଙ୍କ ପରିବାରର ୬ଜଣଙ୍କ ମୃତ୍ୟୁ ଘଟିଛି ।

Last Updated : May 5, 2023, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.