ETV Bharat / bharat

Omicron Update: ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ, ଆହୁରି ୭୩ ଓମିକ୍ରନ ମାମଲା ଚିହ୍ନଟ

ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଆଉ ୭୩ ନୂଆ ମାମଲା ସାମ୍ନାକୁ ଆସିଛି (73 New Cases of Omicron Found in delhi) । ଅଧିକ ପଢନ୍ତୁ

ଦିଲ୍ଲୀରୁ ଆଉ ୭୩ ଓମିକ୍ରନ ମାମଲା ଚିହ୍ନଟ
ଦିଲ୍ଲୀରୁ ଆଉ ୭୩ ଓମିକ୍ରନ ମାମଲା ଚିହ୍ନଟ
author img

By

Published : Dec 29, 2021, 11:02 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଆଉ ୭୩ ନୂଆ ମାମଲା ସାମ୍ନାକୁ ଆସିଛି (୭୧ New Cases of Omicron Found in delhi) । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମାମଲା ୨୩୮ରେ ପହଞ୍ଚିଛି ।

ଦିଲ୍ଲୀରୁ ଆଉ ୭୩  ଓମିକ୍ରନ ମାମଲା ଚିହ୍ନଟ
ଦିଲ୍ଲୀରୁ ଆଉ ୭୩ ଓମିକ୍ରନ ମାମଲା ଚିହ୍ନଟ

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ତୁଳନାରେ ଦିଲ୍ଲୀରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଏହାପରେ 167 ସହିତ ମହାରାଷ୍ଟ୍ର ଦ୍ବିତୀୟରେ ରହିଛି । ଦିଲ୍ଲୀରୁ ଚିହ୍ନଟ ମୋଟ ପଜିଟିଭ ଭିତରୁ ୫୭ଜଣ ଡିସଚାର୍ଜ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ୪୯୬ କୋଭିଡ ମାମଲା ଚିହ୍ନଟ ହୋଇଥିଲେ । କୋଭିଡ଼ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି ।

ଆହୁରି ପଢନ୍ତୁ...Yellow Alert In Delhi: ସ୍କୁଲ କଲେଜ ବନ୍ଦ, 50% କ୍ଷମତାରେ ଚାଲିବ ମେଟ୍ରୋ ଓ ରେସ୍ତୋରାଁ

ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ(GRAP)ଅନୁସାରେ ସହରର ସମସ୍ତ ସର୍ବସାଧାରଣ ସ୍ଥାନ ପାଇଁ ଗାଇଡଲାଇନ ଜାରି କରିଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ, ଦିଲ୍ଲୀର ସମସ୍ତ ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.