ETV Bharat / bharat

ମହାଶିବରାତ୍ରୀ ପ୍ରସାଦ ଖାଇ 60ରୁ ଉର୍ଦ୍ଧ୍ବ ଅସୁସ୍ଥ

author img

By

Published : Mar 12, 2021, 5:17 AM IST

ରାଜସ୍ଥାନ ଡଙ୍ଗରପୁରରରେ ମହାଶିବରାତ୍ରୀ ପ୍ରସାଦ ଖାଇ ଅନେକ ଲୋକ ଅସୁସ୍ଥ ହୋଇ ପଡିଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ....

ମହାଶିବରାତ୍ରୀ ପ୍ରସାଦ ଖାଇ 60ରୁ ଉର୍ଦ୍ଧ୍ବ ଅସୁସ୍ଥ
ମହାଶିବରାତ୍ରୀ ପ୍ରସାଦ ଖାଇ 60ରୁ ଉର୍ଦ୍ଧ୍ବ ଅସୁସ୍ଥ

ଜୟପୁର: ରାଜସ୍ଥାନ ଡଙ୍ଗରପୁରରରେ ମହାଶିବରାତ୍ରୀ ପ୍ରସାଦ ଖାଇ ଅନେକ ଲୋକ ଅସୁସ୍ଥ ହୋଇ ପଡିଥିବା ଖବର ସାମ୍ନାକୁ ଆସିଛି । ପ୍ରାୟ 60-70 ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି ।ମହାଶିବରାତ୍ରୀରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ଖାଇବା ପରେ ଏମାନେ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଥିଲା । ତେବେ ଫୁଡ ପଏଜନିଂ କାରଣରୁ ଏପରି ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଅସୁସ୍ଥଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି ।

ଆସପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ 60 ରୁ ଉର୍ଦ୍ଧ ଲୋକ ଏଥିରେ ଅସୁସ୍ଥ ହୋଇପଡିଥିବା ବେଳେ ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ । ଅସୁସ୍ଥଙ୍କ ଚିକିତ୍ସା ପାଇଁ 3 ରୁ 4 ଡାକ୍ତରି ଦଳ କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅସୁସ୍ଥଙ୍କ ନମୂନା ସଂଗ୍ରହ କରାଯାଉଛି । ରିପୋର୍ଟ ଆସିବା ପରେ ଏହାର ପ୍ରକୃତ କାରଣ ଜଣାପଡିବା ନେଇ ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.