ETV Bharat / bharat

Shri Krishna Janmashtami: ବିହାରରେ ଜନ୍ମ ହେଲେ 500 ଶିଶୁ, ନାମ ରଖାଗଲା କାହ୍ନା ଓ ରାଧା

author img

By ETV Bharat Odisha Team

Published : Sep 6, 2023, 9:48 PM IST

ବିହାରରେ ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଛନ୍ତି 5ଶହ ଶିଶୁ । ରାଜଧାନୀ ପାଟନାରେ 150ରୁ ଅଧିକ । ଅଧିକାଂଶ ଶିଶୁଙ୍କ ନାମ କାହ୍ନା ଓ ରାଧା ରଖିଲେ ପରିବାର ସଦସ୍ୟ । ଅଧିକ ପଢନ୍ତୁ

ବିହାରରେ ଜନ୍ମ ହେଲେ 5 ଶହ ଶିଶୁ, ଅଧିକାଂଶ ନାମ ରଖଗଲା କାହ୍ନା ଓ ରାଧା

ପାଟନା: ଆଜି ସମଗ୍ର ଦେଶ ପାଳୁଛି ଜନ୍ମାଷ୍ଟମୀ । ତେବେ ଏହି ପବିତ୍ର ଅବସରରେ ବିହାରରେ ଦେଖିବାକୁ ମିଳୁଛି ଏକ ଭିନ୍ନ ସଂଯୋଗ । ରାଜ୍ୟରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ 5ଶହ ଶିଶୁ । ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ପ୍ରସବ ତଥ୍ୟରୁ ଏହି ସଂଖ୍ୟା ମିଳିଛି । ଏଥିରେ ରାଜଧାନୀ ପାଟନା ମଧ୍ୟ ଆଗରେ ରହିଛି । ପାଟନାର ବିଭିନ୍ନ ହସ୍ପିଟାଲରେ ପ୍ରାୟ 150ରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଛି । ତେବେ ଏହି ସଂଖ୍ୟା ଅପରାହ୍ନ ସୁଦ୍ଧା 500 ପାର କରି ସାରିଥିବା ବେଳେ ରାତି ସୁଦ୍ଧା ଆହୁରି ବଢିପାରେ ବୋଲି ମଧ୍ୟା ଆଶା କରାଯାଉଛି ।

ତେବେ ଏପରି ଖବର ମଧ୍ୟରେ ଅନ୍ୟ ଅନ୍ୟ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏତେ ସଂଖ୍ୟକ ଶିଶୁ ଜନ୍ମ ହେବା ପଛରେ କେବଳ ସଂଯୋଗ ନାହିଁ ବରଂ ଏଥିରେ ଉଦ୍ଦେଶ୍ୟମୂଳକ ଭାବେ ମଧ୍ୟ କିଛି ମହିଳା ଡାକ୍ତରୀ ପରାମର୍ଶକ୍ରମେ ଜନ୍ମାଷ୍ଟମୀରେ ଅସ୍ତ୍ରପୋଚାର ମାଧ୍ୟମରେ ପ୍ରବସ କରିଛନ୍ତି । ଡାକ୍ତରୀ ପରାମର୍ଶ କ୍ରମେ ସେମାନେ ପ୍ରସବ ସମୟକୁ ଦିନେ କିମ୍ବା ଦୁଇ ଦିନ ଆଗ ପଛ କରି ଆଜି ପ୍ରସବ କରିଥିବା ସୂଚନା ମିଳିଛି ।

ରାଜଧାନୀ ପାଟନାରେ ମୋଟ 150 ରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସର୍ବାଧିକ ଶିଶୁଙ୍କ ଜନ୍ମ ହୋଇଛି । ଡାକ୍ତର ସାରିକା ରାୟଙ୍କ ଘରୋଇ କ୍ଲିନିକରେ ଆଜି ଏକାକାଳନୀନ 35ରୁ ଅଧିକ ଶିଶୁଙ୍କ ଜନ୍ମଗ୍ରହଣ କରିଛନ୍ତି । ସେହିପରି ପାଟନାର PMCH, NMCH ଏବଂ କୁର୍ଜି ହୋଲି ଫ୍ୟାମିଲି ହସ୍ପିଟାଲରେ 20 ଶିଶୁଙ୍କ ଜନ୍ମ ହୋଇଛି । PMCH ରେ 7ଜଣ ଶିଶୁ, NMCHରେ 4 ଶିଶୁ ଜନ୍ମଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଆଜି ଧରାପୃଷ୍ଠରେ ଜନ୍ମ ନେବେ କୃଷ୍ଣ ଭଗବାନ, ଝଲସୁଛି ଜନ୍ମଭୂମି ମଥୁରା

ରାଜଧାନୀ ପାଟନା ବ୍ୟତୀତ ଭାଗଲପୁର, ଜାମୁଇ, ଭୋଜପୁରରେ 61ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ତଥ୍ୟ ଅନୁସାରେ ପ୍ରାୟ 5 ଶହ ଶିଶୁଙ୍କ ଜନ୍ମ ହୋଇଛି । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ତିଥିରେ ଶିଶୁ ଜନ୍ମକୁ ନେଇ ପରିବାର ସଦସ୍ୟଙ୍କ ଖୁସ ମଧ୍ୟ କହିଲେ ନସରେ । ସରକାରୀ ଓ ଘରୋଇ ହସ୍ପିଟାଲରେ ପରିବାର ସଦସ୍ୟଙ୍କ ଭିଡ ମଧ୍ୟ ଲାଗି ରହିଛି । ଅଧିକାଂଶ ଶିଶୁପୁତ୍ରଙ୍କ ନାମ କ୍ରିଷ୍ଣା ଓ କନ୍ୟା ସନ୍ତାନଙ୍କ ନାମ ରଧା ରଖିଛନ୍ତି ପରିବାର ସଦସ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.