ETV Bharat / bharat

କର୍ଣ୍ଣାଟକରେ ବିବାହ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ - କର୍ଣ୍ଣାଟକ ଖବର ଅପଡେଟ

କର୍ଣ୍ଣାଟକର ଦେବନଗରୀ ଜିଲ୍ଲାରେ ବିବାହ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଅସୁସ୍ଥ । ଘଟଣାସ୍ଥଳ ପରିଦର୍ଶନ କଲା ଡାକ୍ତରୀ ଟିମ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ବିବାହ ଭୋଜି ଖାଇ ୧୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ

author img

By

Published : Nov 13, 2021, 4:17 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଦେବନଗରୀ ଜିଲ୍ଲାରେ ବିବାହ ଭୋଜି ଖାଇ 150ରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ଅସୁସ୍ଥଙ୍କୁ ସ୍ଥାନୀୟ ହସ୍ପଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ହନନାଲି ତାଲୁକାର ହାଲେଦେଭାରାହୋନାଲି ଗ୍ରାମରେ ଅନୁଷ୍ଠିତ ଏକ ବିବାହ ଭୋଜି ଖାଇଥିଲେ ସ୍ଥାନୀୟ ଗ୍ରାମବାସୀ । ତେବେ ଭୋଜି ଖାଇ ସାରିବାର କିଛି ସମୟ ପରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କୁ ନିକଟସ୍ଥ ହନନାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବାବେଳେ ୧୦ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଶିଭମୋଗାସ୍ଥିତ ମ୍ୟାକଗାନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ହନନାଲି ପୋଲିସ ଓ ଡାକ୍ତରୀ ଟିମ ଗାଁ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବାବେଳେ କୌଣସି କାରଣରୁ ଫୁଡ ପଏଜନିଂ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏହି ସଂକ୍ରାନ୍ତରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.