ନୂଆଦିଲ୍ଲୀ: ସକ୍ରିୟ ରହିଛି ତ ଆପଣଙ୍କ ପାନ୍ କାର୍ଡ ? ଥରେ ଯାଞ୍ଚ କରି ନିଅନ୍ତୁ । କାରଣ ଆଧାର ଲିଙ୍କ୍ ହୋଇନଥିବା 11.5 କୋଟି ପାନ୍ କାର୍ଡକୁ ନିଷ୍କ୍ରିୟ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (CBDT)। ପାନ୍ କାର୍ଡ ସହ ଆଧାରର ଲିଙ୍କ୍ ହୋଇ ନଥିଲେ ଭରିବାକୁ ହେବ ଜରିମାନା । ଏନେଇ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି RTI ଫାଇଲ କରିଥିଲେ । ତେବେ ଚନ୍ଦ୍ରଶେଖରଙ୍କ ଉତ୍ତର ଦେଇଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(CBDT) ।
ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସମୟସୀମା ମଧ୍ୟରେ ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ହୋଇ ନଥିବାରୁ 11.5 କୋଟି ଲୋକଙ୍କର ପାନ୍ କାର୍ଡକୁ ଡିଆକ୍ଟିଭେଟ କରିଦିଆଯାଇଛି । ଏହି ବର୍ଷ ଆରମ୍ଭରୁ ଜୁନ୍ ମାସ 30 ତାରିଖ ମଧ୍ୟରେ ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରିବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁଲାଇ 1, 2017ରୁ ଯେଉଁ ମାନଙ୍କର ପାନ୍ କାର୍ଡ ଇସୁ କରାଯାଇଛି ସେମାନଙ୍କ କାର୍ଡ ଆଧାର ସହ ଲିଙ୍କ୍ ରହିଛି ।
କିନ୍ତୁ ଇନକମ୍ ଟ୍ୟାକ୍ସ ଅଧିନିୟମ ଅନୁସାରେ, ଧାରା 139 (AA ) ଅନୁଯାୟୀ, ଯେଉଁ ଲୋକଙ୍କୁ 2017 ଜୁଲାଇ 1ତାରିଖ ପୂର୍ବରୁ ତାଙ୍କ ପାନ୍ କାର୍ଡ ମିଳିଛି ସେମାନେ ମ୍ୟାନୁଆଲି ନିଜ ପ୍ୟାନ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ କରାଇବା ଆବଶକ୍ୟକ । ତେବେ RTI ତଥ୍ୟରୁ ଜଣା ପଡ଼ିଛି ଯେ, ଭାରତରେ ମୋଟ୍ 70.24 କୋଟି ପାନ୍ କାର୍ଡ ଉପଭୋକ୍ତା ରହିଛନ୍ତି । ସେଥି ମଧ୍ୟରୁ 57.25 କୋଟି ଲୋକଙ୍କର ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ରହିଛି । ହେଲେ 12 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କର ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ନଥିବାବେଳେ କେବଳ 11.5 କୋଟି ଲୋକଙ୍କର ପାନ୍ କାର୍ଡକୁ ଡିଆକ୍ଟିଭେଟ କରିଦିଆଯାଇଛି । ପୁର୍ନବାର ନିଜ ପାନ୍ କାର୍ଡ ସକ୍ରିୟ କରିବା ପାଇଁ ସେମାନଙ୍କୁ 1 ହଜାର ଟଙ୍କା ଜରିମାନା ଦେବାକୁ ହେବ ।
ଏମିତି ଜାଣନ୍ତୁ ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅଛି କି ନାହିଁ:
- ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ଅଛି କି ନାହିଁ ଜାଣିବା ପାଇଁ ପ୍ରଥମେ ଇନକମ୍ ଟ୍ୟାକ୍ସର ଇ-ଫାଇଲିଂ (E-filing) ପୋର୍ଟାଲକୁ ଯାଇ ପେଜ୍ର ବାମ ପାର୍ଶ୍ବରେ ଥିବା ଲିଙ୍କରେ କ୍ଲିକ୍ କରି ଆଧାରର ଷ୍ଟାଟସରେ କ୍ଲିକ୍ କରନ୍ତୁ ।
- ଏହାପରେ ନିଜର 10 ଅଙ୍କ ବିଶିଷ୍ଟ ପାନ୍ ନମ୍ବର ଓ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ।
- ଆଧାର ଷ୍ଟାଟସ୍ରେ କ୍ଲିକ୍ କରିବା ପରେ ଆପଣ ଜାଣି ପାରିବେ ଆପଣଙ୍କ ପାନ୍ କାର୍ଡ ସହ ଆଧାର କାର୍ଡ୍ର ଲିଙ୍କ୍ ଅଛି କି ନାହିଁ ।
- ଯଦି ଆପଣଙ୍କ ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କୁ ଲିଙ୍କ୍ କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନେବାକୁ ପଡ଼ିବ ।
ଏହା ବି ପଢନ୍ତୁ...Note Exchange: କମିଶନ ନେଇ ଟଙ୍କା ଅଦଳବଦଳ ! RBI ସାମ୍ନାରେ ED ଓ EOWର ଛାନଭିନ୍