ETV Bharat / bharat

ମେଳାରେ ଚାଟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

author img

By

Published : Apr 20, 2023, 9:33 AM IST

Updated : Apr 20, 2023, 10:09 AM IST

ମେଳାରେ ଚାଟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୨ଜଣ ଗୁରୁତର ରହିଥିବା ସୂଚନା ରହିଛି । ଅଧିକ ପଢନ୍ତୁ

people hospitalised in snmmch eating chaat

ରାଞ୍ଚି: ଝାଡଖଣ୍ଡର ଧନବାଦ ଜିଲ୍ଲାରେ ଅଘଟଣ । ମେଳାରେ ଚାଟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଚାଟ ଖାଇବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ଅସୁସ୍ଥଙ୍କୁ ଉଦ୍ଧାର କରାଯଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମୟାନୁସାରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଫଳରେ ହସ୍ପିଟାଲ ବେଡ ଭର୍ତ୍ତି ହୋଇଯିବାରୁ ଚଟାଣରେ ଅସୁସ୍ଥଙ୍କୁ ଚିକିତ୍ସା କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି ।

ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ଧନବାଦର SNMMCH ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପରିସରରେ ଭିଡ ଦେଖିବାକୁ ମିଳିଛି । ଅସୁସ୍ଥଙ୍କ ସହ ସେମାନଙ୍କ ପରିଜନ ରହିଥିବାରୁ ହସ୍ପିଟାଲରେ କୋଳାହଳ ପରିସ୍ଥିତି ଦେଖାଦେଇଛି । ଅନ୍ୟପଟେ ଏତେ ସଂଖ୍ୟକ ରୋଗୀଙ୍କ ଆକସ୍ମିକ ଆଗମନ ହେତୁ ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖାଦେଇଥିଲା । ପରେ ପରିଚାଳନା ନିର୍ଦ୍ଦେଶନାମା ଅନୁଯାୟୀ, ଚଟାଣରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ସେହି ସମୟର ଦୃଶ୍ୟ ବିଦାରକ ଥିଲା । କିଏ ଇନଜେକ୍ସନ ନେଉଥିଲା ତ କିଏ ସାଲାଇନ, ଆଉ କିଏ ହାତରେ ସାଲାଇଲ ବୋତଲ ଧରି ଚଟାଣ ଖୋଜୁଥିଲା ।

ହସ୍ପିଟାଲରେ ଉତ୍ତେଜନା: ସମ୍ପର୍କୀୟମାନେ ଛୋଟ ପିଲାମାନଙ୍କୁ କୋଳରେ ଧରି ହାତରେ ସ୍ଲାଇନ୍ ଧରିଥିବାର ଦେଖାଯାଇଥିଲା । ନିଜର ଛୁଆର ପ୍ରଥମେ ଚିକିତ୍ସା ପାଇଁ ଜିଦ କରିବାରୁ କେତେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଡାକ୍ତରମାନଙ୍କ ସହଯୋଗ ଯୋଗୁଁ ପରିସ୍ଥିତି ଶାନ୍ତ ହୋଇଥିଲା ।

ଚଡକ ପୂଜା ମେଳାକୁ ଯାଇଥିଲେ ଲୋକେ: ଅସୁସ୍ଥଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, "ବଳିଆପୁର ଥାନା ଅଞ୍ଚଳରେ କରମାଟାଣ୍ଡ ଅଞ୍ଚଳରେ ଚଡକ ପୂଜା ପାଇଁ ମେଳା ଲାଗିଥିଲା । କରମାଟାଣ୍ଡ ଲୋକେ ମେଳା ଦେଖିବା ପାଇଁ ଯାଇଥିଲେ । ତେବେ ଚାଟ ଖାଇବା ପରେ କିଛିଜଣଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି କରିଥିଲେ । ସମୟାନୁସାରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ମେଳାରେ ଯେଉଁମାନ ଚାଟ ଖାଉଥିଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଫଳରେ ଅସୁସ୍ଥମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ SNMMCH ହସ୍ପିଟାଲ ପହଞ୍ଚିଥିଲେ । ସମସ୍ତଙ୍କୁ ପ୍ରଥମେ ସାଲାଇନ୍ ଏବଂ ଇଞ୍ଜେକ୍ସନ ଦିଆଯାଇଥିଲା । SNMMCH ହସ୍ପିଟାଲ ବ୍ୟତୀତ ବ୍ୟତୀତ ଅନେକ ରୋଗୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ଖାଦ୍ୟରେ ବିଷକ୍ରିୟା ହୋଇଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ସମସ୍ତ ଅସୁସ୍ଥ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.