ETV Bharat / bharat

କାଶ୍ମୀରରେ ବିପୁଳ ମାରଣାସ୍ତ୍ର ଜବତ, ଗତକାଲି ଧରାପଡିଥିବା ଆତଙ୍କୀଙ୍କ ଠାରୁ ମିଳିଥିଲା ସୂଚନା - ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ

କାଶ୍ମୀରରେ ବିପୁଳ ପରିମାଣ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କଲା ସେନା । ଗତକାଲି ଧରା ପଡିଥିବା ଦୁଇ ଆତଙ୍କୀଙ୍କ ଠାରୁ ଜେରାରେ ମିଳିଥିବା ସୂଚନା ଆଧାରରେ ହୋଇଥିଲା ଚଢାଉ । ଅଧିକ ପଢନ୍ତୁ

କାଶ୍ମୀରରେ ବିପୁଳ ମାରଣାସ୍ତ୍ର ଜବତ, ଗତକାଲି ଧରା ପଡିଥିବା ଆତଙ୍କୀଙ୍କ ଠାରୁ ମିଳିଥିଲା ସୂଚନା

author img

By

Published : Jul 4, 2022, 12:00 PM IST

ଶ୍ରୀନଗର: କାଶ୍ମୀରର ରଜୌରୀ ଜିଲ୍ଲାର ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ 6 ଟି ବୋମା ଉଦ୍ଧାର କରିଛି ସୁରକ୍ଷା ବଳ । ଗତକାଲି (ରବିବାର) ରିଆସି ଜିଲ୍ଲାର ଏକ ଗ୍ରାମରେ ସ୍ଥାନୀୟ ଲୋକ ଲସ୍କର-ଏ-ତୋଇବା (LET) କମାଣ୍ଡର ତାଲିବ ହୁସେନ୍ ଶାହା ଏବଂ ତା ସହଯୋଗୀ ଫୈସଲ ଅହମ୍ମଦ ଦାରକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଆଜି ସେମାନଙ୍କ ଠାରୁ ଜେରା ବେଳେ ମିଳିଥିବା ସୂଚନା ଅନୁସାରେ ଏହି ସବୁ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି ସେନା ।

  • More recoveries made by Reasi Police on disclosure of arrested terrorist Talib Hussain (nabbed in Reasi) found from hide out at Draj, Rajouri - 6 sticky bombs, 1 pistol, 3 pistol magazines, 1 UBGL launcher, 3 UBGL Grenade, 75 rounds of AK, 1 IED remote with antenna: J&K Police pic.twitter.com/6cFDRfS1xd

    — ANI (@ANI) July 4, 2022 " class="align-text-top noRightClick twitterSection" data=" ">

ଆତଙ୍କବାଦୀଙ୍କୁ ଜେରା କରିଥିବା ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ଆତଙ୍କୀଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିଣାର ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି । ଜବତ ମାରଣାସ୍ତ୍ର ମଧ୍ୟରେ 6ଟି ବୋମା, ଗୋଟିଏ ପିସ୍ତଲ, ତିନୋଟି ପିସ୍ତଲ ମାଗାଜିନ, 19 ରାଉଣ୍ଡ ଗୁଳି, ଗୋଟିଏ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର (UBGL), ତିନୋଟି UBGL ଗ୍ରେନେଡ, 75 ରାଉଣ୍ଡ AK-74 ରାଇଫଲ ଗୁଳି ଏବଂ ଆଣ୍ଟିନା ସହିତ ଗୋଟିଏ IED ରିମୋଟ ଉଦ୍ଧାର କରାଯାଇଛି ।

ଗତକାଲିର ଘଟଣା ପରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଗ୍ରାମବାସୀଙ୍କ ସାହସକୁ ପ୍ରଶଂସା କରିଥିଲେ । ଏପରି କାର୍ଯ୍ୟରେ ସାହାସିକତା ପ୍ରଦର୍ଶନ କରିଥିବା ଗ୍ରାମବାସୀଙ୍କ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରିଥିଲେ ଉପରାଜ୍ୟପାଳ ସିହ୍ନା । ଆଜି ସେହି ସୂଚନା ଆଧାରରେ ସେନାକୁ ପୁଣି ଦ୍ବିତୀୟ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.