ETV Bharat / bharat

ମୋରବି ଟ୍ରାଜେଡି ମାମଲା, ସାମ୍ନାକୁ ଆସିଲା ଏସଆଇଟି ରିପୋର୍ଟ - ସାମ୍ନାକୁ ଆସିଲା ଏସଆଇଟି ରିପୋର୍ଟ

ଗୁଜୁରାଟ ମୋର୍‌ବି ଝୁଲାପୋଲ ଦୁର୍ଘଟଣା ମାମଲା । ୪୯ ଟି କେବୁଲ ମଧ୍ୟରୁ ୨୨ ଟି କେବୁଲରେ କଳଙ୍କ ଲାଗି ନଷ୍ଟ ହୋଇଯାଇଥିବା ଏସଆଇଟି ରିପୋର୍ଟରି ସ୍ପଷ୍ଟ । ଅଧିକ ପଢ଼ନ୍ତୁ

ଗୁଜରାଟ ମୋର୍‌ବି ଝୁଲାପୋଲ ଦୁର୍ଘଟଣା ମାମଲା
ଗୁଜରାଟ ମୋର୍‌ବି ଝୁଲାପୋଲ ଦୁର୍ଘଟଣା ମାମଲା
author img

By

Published : Feb 20, 2023, 4:25 PM IST

ଗାନ୍ଧୀନଗର: ମୋରବି ଝୁଲା ପୋଲ ଟ୍ରାଜେଡି ମାମଲା । ଗୁଜୁରାଟ ମୋର୍‌ବି ଝୁଲାପୋଲ ଦୁର୍ଘଟଣାରେ ୩ ମାସ ପରେ ଗୁଜୁରାଟ ସରକାରଙ୍କ ପାଞ୍ଚ ଜଣିଆ ଏସଆଇଟି ଟିମ୍ ମୋର୍‌ବି ବ୍ରିଜ ଦୁର୍ଘଟଣାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି । ରିପୋର୍ଟରୁ ଜଣାପଡିଛି ଯେ ବ୍ରିଜରେ ଲାଗିଥିବା ୪୯ ଟି କେବୁଲ ମଧ୍ୟରୁ ୨୨ ଟି କଳଙ୍କ ଲାଗି ନଷ୍ଟ ହୋଇଯାଇଥିଲା । ଯେତେବେଳେ ବ୍ରିଜ ଉପରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଅବଶିଷ୍ଟ ୨୭ ଟି ତାର ଲୋକଙ୍କ ଓଜନ ସମ୍ଭାଳି ପାରି ନଥିଲା ଫଳରେ ତାହା ମୋର୍‌ବି ବ୍ରିଜ ଭୁଶୁଡି ପଡିଥିଲା ।

ତେବେ ଅକ୍ଟୋବର ୨୨ ତାରିଖ ୨୦୨୨ରେ ଗୁଜୁରାଟର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡ଼ି ଯିବାରୁ ୧୩୪ ଜଣ ପ୍ରାଣ ହରାଇଥିଲେ । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ଏହି ଘଟଣା ପାଇଁ ନିର୍ମାଣ ଓ ପରିଚାଳନା ଦାୟିତ୍ବ ଓରେଭା କମ୍ପାନୀ ଦାୟୀତ୍ବରେ ଥିବାରୁ ଏହି ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନୀକୁ ଦାୟୀ କରିଛନ୍ତି କୋର୍ଟ ।

ଏସଆଇଟି ରିପୋର୍ଟ ଅନୁଯାୟୀ, ୧୮୮୭ ମସିହାରେ ମଚ୍ଛୁ ନଦୀ ଉପରେ ନିର୍ମିତ ବ୍ରିଜର ଦୁଇଟି ମୁଖ୍ୟ କେବୁଲ ମଧ୍ୟରୁ ଗୋଟିଏ କଳଙ୍କିତ ହୋଇଥିଲା । କିନ୍ତୁ କମ୍ପାନୀ ବ୍ରିଜ ନିର୍ମାଣ ନାଁରେ ୨୨ଟି କେବୁଲକୁ ସଠିକ ଭାବେ ନିର୍ମାଣ କରାଯାଇ ନାହିଁ । ୨୨ଟି କେବୁଲ ମଧ୍ୟରୁ ୭ ଟି ତାରରେ ଏକ କେବୁଲ ତିଆରି ହୋଇଥିଲା, ଯାହା ଇସ୍ପାତ ଥିଲା । ଦୁର୍ଘଟଣା ସମୟରେ ମୁଖ୍ୟ କେବୁଲ ହିଁ ଭାଙ୍ଗି ଯାଇଥିଲା ଯାହାଫଳେ ମୋରବି ବ୍ରିଜ ଭୁଶୁଡି ପଡିଥିଲା ।

ତେବେ ନିକଟେରେ ସରକାର ଏକ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ରିପୋର୍ଟରୁ ପ୍ରକାଶ କରିଛି । ରିପୋର୍ଟରୁ ଜଣାପଡିଛି, ନିର୍ମାଣରେ ବ୍ୟବହାର ହୋଇଥିବା ଉପକରଣକୁ କମ୍ପାନୀ କୌଣସି ଏକ୍ସର୍ପଟ ଏଜେନ୍ସି ନିଯୁକ୍ତ ଦ୍ବାରା ପରୀକ୍ଷା କରାଯାଇ ନଥିଲା ।

ଦୁର୍ଘଟଣା ସମୟରେ ବ୍ରିଜ ଉପରେ ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ଲୋକ ଥିଲେ। ଯାହା ବ୍ରିଜର ଭାର ଧାରଣ କ୍ଷମତାଠାରୁ ବହୁତ ଅଧିକ ଥିଲା । ଏହାର ପ୍ରକୃତ କ୍ଷମତା ଲ୍ୟାବ ରିପୋର୍ଟ ଦ୍ବାରା ନିଶ୍ଚିତ ହେବ । ଗୁଜରାଟର ମୋରବି ନିଲମ୍ବନ ବ୍ରିଜ ଦୁର୍ଘଟଣା ମାମଲାରେ ଶୁକ୍ରବାର ଦିନ ୧୨୬୨ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଓରେଭା ଗ୍ରୁପ୍‌ର ଏମଡି ଜୟସୁଖ ପଟେଲଙ୍କୁ ମଧ୍ୟ ଏଥିରେ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ତେବେ ମୋରବିରେ ମଚ୍ଛୁ ନଦୀ ଉପରେ ବ୍ରିଟିଶ ଯୁଗର ବ୍ରିଜକୁ ନବୀକରଣ, ମରାମତି ଏବଂ ପରିଚାଳନା କରିବା ପାଇଁ ଅଜନ୍ତା ଉତ୍ପାଦନ ଓରେଭା ଗ୍ରୁପ୍ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.