ETV Bharat / bharat

Morbi Bridge Tragedy: ଏକୁଟିଆ ହୋଇଗଲେ ଆସିଫଭାଇ, କହିଲେ 15 ଟଙ୍କିଆ ଟିକେଟ୍ ଉଜାଡ଼ି ଦେଲା ଘର - କାଳ ସାଜିଲା ଐତିହ୍ୟ ପୋଲ

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଦୁର୍ଘଟଣା । ଏହି ଅଘଟଣରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Morbi Asifbhai lost mother wife and son in bridge accident
Gujarat Bridge Tragedy: '15 ଟଙ୍କିଆ ଟିକେଟ୍ ମୋ ଘର ଉଜାଡ଼ି ଦେଲା'
author img

By

Published : Nov 1, 2022, 11:57 AM IST

ଗାନ୍ଧୀନଗର: କାଳ ସାଜିଲା ଐତିହ୍ୟ ପୋଲ । ବ୍ରିଟିଶ ଅମଳର ପୁରାତନ ବ୍ରିଜ ଉଜାଡ଼ି ଦେଇଛି ଅନେକ ସଂସାର । ଗୁଜୁରାଟର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣା କେତେ ଯେ ପରିବାର ପାଇଁ ଦୁଃଖ ଆଣିଛି ତାର ଠିକଣା ନାହିଁ । କେହି ନିଜ ପତ୍ନୀ ଓ ମାଆଙ୍କୁ ହରାଇଛନ୍ତି ତ ପୁଣି କିଏ ନିଜ ସ୍ବାମୀକୁ । ଏହି ଅଘଟଣରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୋର୍ବିର ବ୍ରିଜ ଦୁର୍ଘଟଣାରେ ଆସିଫଭାଇ ତାଙ୍କ ପତ୍ନୀ, ମାଆ ଓ ପୁଅକୁ ହରାଇଛନ୍ତି । ଏକାସାଙ୍ଗରେ ପରିବାରର ତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଆସିଫଭାଇ ।

ଆଉ କୋହଭରା କଣ୍ଠରେ କହିଛନ୍ତି 'ଝୁଲାପୋଲ ମୋ ସଂସାର ଉଜାଡ଼ି ଦେଲା । "ମୋର୍ବି ସ୍ଥିତ ଝୁଲା ପୋଲକୁ ତାଙ୍କ ପତ୍ନୀ, ମାଆ ଓ 8 ବର୍ଷର ପୁଅ ପରିଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ ଏବଂ ତାଙ୍କ ଦୁଇ ବର୍ଷର ପୁଅକୁ ଘରେ ଛାଡ଼ି ଯାଇଥିଲେ । ଠିକ୍‌ ଏହି ସମୟରେ ଘଟିଥିଲା ଅଘଟଣ । ଫଳରେ ନିଜ ଆତ୍ମୀୟଙ୍କୁ ହରାଇ ଦେଲେ ଆସିଫଭାଇ । ଦୁନିଆ କଣ ଜାଣିବା ଆଗରୁ କଅଁଳ ଶିଶୁଟି ମାଆ ଛେଉଣ୍ଡ ହୋଇଯାଇଛି । ଏନେଇ ଆସିଫଭାଇ କହିଛନ୍ତି, "ପୋଲର କ୍ଷମତା ଠାରୁ ଅଧିକ ଲୋକ ସେଠାରେ ଥିଲେ । ବ୍ୟବସାୟ କରିବା ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷ ଟିକେଟ ବିକ୍ରି କରିବାରେ ଲାଗିଲେ । ମାତ୍ର 15 ଟଙ୍କିଆ ଟିକେଟ ମୋ ଘର ଉଜାଡ଼ି ଦେଲା । ଏଠାରେ ଆମେ କାହାକୁ ଦୋଷ ଦେବୁ ? ଅବହେଳା ଯୋଗୁଁ ଅନେକଙ୍କ ସଂସାର ଆଜି ଭାଙ୍ଗି ଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: Gujarat Bridge Collapse: କାହିଁକି ଘଣ୍ଟା ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?

ରବିବାର ସଂଧ୍ୟା ପ୍ରାୟ ସାଢେ 6ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ ଶତାଧିକ ଲୋକ ଥିବାବେଳେ ପୋଲଟି ଖସି ପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର 15 ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ବହୁଲୋକ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରିହଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି ।

ସପ୍ତାହ ତଳେ ପୋଲ ମରାମତି ହୋଇଥିଲା । ଆବଶ୍ୟକଠୁ ଅଧିକ ଲୋକ ପୋଲରେ ଥିବାରୁ ଏହି ଅଘଟଣ ଘଟିଛି । ପୋଲର କ୍ଷମତା 100ଥିବା ବେଳେ ସେଥିରେ ପାଖାପାଖି 400 ଲୋକ ଜମା ହୋଇଥିଲେ । ତେବେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 135ରେ ପହଞ୍ଚିଥିବା ସୂଚନା ସମସ୍ତଙ୍କୁ ମର୍ମାହତ କରିଛି । ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ସହ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ରାଶି ପ୍ରଦାନ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ।

ଏହି ଘଟଣା ସହ ସମ୍ପୃକ୍ତ ଏକାଧିକ ବିଭାଗର ୯ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୋଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧା ୯ ଜଣଙ୍କୁ ଅଟକ ରଖି ତଦନ୍ତ କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.