ଭୋପାଳ: ଦେଶରେ ମହାମାରୀ କୋରୋନାର ଭୟାବହତା । ଅନେକ ପ୍ରାଣ ନେଇ ସାରିଲାଣି ଅଦୃଶ୍ୟ ଭୂତାଣୁ । କିଏ ନିଜ ବାପାକୁ ହରାଇଛି ତ ଆଉ କାହାର ମୁଣ୍ଡ ଉପରୁ କୋରୋନା ଛଡାଇନେଇଛି ମା'ର ପଣତ । କୁନି କୁନି କଅଁଳ ଶିଶୁଙ୍କୁ ମାହମାରୀ କରିଦେଇଛି ବାପା ମା' ଛେଉଣ୍ଡ । ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ମଧ୍ୟପ୍ରଦେଶ ସରକାର ।
ରାଜ୍ୟରେ କୋରୋନାର ପ୍ରକୋପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ନିଜ ବାପା ମା'ଙ୍କୁ ହରାଇଥିଲା ପିଲାଙ୍କୁ ପେନସନ ଯୋଗାଇବେ ମଧ୍ୟପ୍ରଦେଶ ସରକାର । କୋରୋନାରେ ପ୍ରାଣ ହରାଇଥିବା ପରିବାର ଶିଶୁଙ୍କୁ ପ୍ରତିମାସ 5000 ଟଙ୍କା ପେନସନ ଓ ତାଙ୍କ ଶିଶୁଙ୍କୁ ମାଗଣା ଶିକ୍ଷାଦାନ ନେଇ ଘୋଷଣା କରିଥନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାମ କରିବାକୁ ଚାହୁଁଥିବା ଲୋକଙ୍କୁ ରାଜ୍ୟ ସରକାର ଋଣ ମଧ୍ୟ ପ୍ରଦାନ କରିବେ । ଯେଉଁମାନେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରୀ ଗ୍ୟାରେଣ୍ଟିରେ ଆମେ ଏହି ପରିବାରମାନଙ୍କୁ ଋଣ ପ୍ରଦାନ କରିବୁ ବୋଲି ସେ କହିଛନ୍ତି।