ETV Bharat / bharat

Monsoon session: ସୋମବାର ଯାଏଁ ସଂସଦର ଉଭୟ ଗୃହ ମୁଲତବୀ - ଲୋକସଭା ମୁଲତବୀ

ସଂସଦର ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ବିବାଦ ଯୋଗୁଁ ଆଗକୁ ବଢି ପାରିଲାନି ଗୃହ କାର୍ଯ୍ୟ । ଅଧିକ ପଢନ୍ତୁ:

Monsoon session: ସୋମବାର ପର୍ଯ୍ୟନ୍ତ ରାଜ୍ୟସଭା ଓ ଲୋକସଭା ମୁଲତବୀ

author img

By

Published : Jul 23, 2021, 6:03 PM IST

ନୂଆଦିଲ୍ଲୀ: ସୋମବାର ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭା ମୁଲତବୀ । ଶୁକ୍ରବାର ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଚାରିଥର ମୁଲତବୀ କରିଥିଲେ ଅଧ୍ୟକ୍ଷ । ଏହାପରେ ଆସନ୍ତା ସୋମବାର 11 ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖି ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ସେପଟେ ଲୋକସଭାରେ ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆସନ୍ତା 26 ତାରିଖ ଅର୍ଥାତ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି ।

ସୂଚନାଥାଉକି ଗତକାଲି ରାଜ୍ୟସଭାରେ ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ ମାମଲାକୁ ନେଇ ବିବୃତ୍ତି ରଖିବା ବେଳେ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତୁନୁ ସେନ ମନ୍ତ୍ରୀଙ୍କ ନିକଟକୁ ଯାଇ ଉତ୍ତର ରଖୁଥିବା ଚିଠି ଚିରି ଗୃହର ଗାରିମା କ୍ଷୁର୍ଣ୍ଣ କରିଥିଲେ । ଏହା ପରେ ଗୃହରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃ୍ଷ୍ଟି ହୋଇଥିଲା । ଗୃହରେ ଜଣେ ସାଂସଦଙ୍କ ଏ ଭଳି ବ୍ୟବହାରକୁ ଘୋର ନିନ୍ଦା କରିଥିଲା ଶାସକ ଦଳ ।

ଆଜି ଶୁକ୍ରବାର ଗୃହ ଆରମ୍ଭରୁ ତୃଣମୂଳ ସାଂସଦଙ୍କୁ ନିଲମ୍ବନ ନେଇ ପ୍ରସ୍ତାବ ରଖିଥିଲେ ବୈଦେଶିକ ରାଜ୍ୟମନ୍ତ୍ରୀ ଜି. ମୂରଲୀଧରନ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ତୃଣମୂଳ ସାଂସଦ ଶାନ୍ତୁନୁ ସେନଙ୍କୁ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରିଥିଲେ । ଏହାକୁ ତୃଣମୂଳ କଂଗ୍ରେସ ସାଂସଦ ମାନେ ଘୋର ବିରୋଧ କରିଥିଲେ ।

ସେପଟେ ଲୋକସଭାରେ ମଧ୍ୟ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଶେଷ କରି ମିଡିଆ ରିପୋର୍ଟ ମାମଲାକୁ ନେଇ କଂଗ୍ରେସ ଶାସକ ଦଳକୁ ଘେରିଥିଲା । ଇସ୍ରାଏଲର ଏକ ସଂସ୍ଥା ଏନଓସି ଦ୍ବାରା ପେଗାସସ ପ୍ରଜେକ୍ଟ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ ଦଳ ଶାସକ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି । ଏ ଭଳି ପ୍ରବଳ ହଟ୍ଟଗୋଳ ଓ ବିରୋଧ ମଧ୍ୟରେ ଗୃହ କାର୍ଯ୍ୟ ଆଉ ଆଗକୁ ବଢି ପାରିନାହିଁ । ଏହାପରେ ଆସନ୍ତା 26 ତାରଖ ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.