ETV Bharat / bharat

ସଂସଦରେ ବିରୋଧୀଙ୍କ ହଙ୍ଗାମା; ଉଭୟ ସଦନ ମୁଲତବୀ - ଉଭୟ ସଦନ ମୁଲତବୀ

ଆଜି ଲୋକସଭା ଆରମ୍ଭ ହେବା କ୍ଷଣି ବାଚସ୍ପତି ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେପି ପିଭି ସିନ୍ଧୁ୍ଙ୍କୁ ସଂସଦ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ପରେ ସଂସଦର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ ...

Monsoon session
Monsoon session
author img

By

Published : Aug 2, 2021, 1:24 PM IST

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା । ୨ ଦିନର ବିରତି ପରେ ବି ବିରୋଧୀ ଲୋକଙ୍କ ସମସ୍ୟା ବୁଝିବାରେ ଅସମର୍ଥ ଆଉ ସରକାର ମଧ୍ୟ ବିରୋଧୀଙ୍କୁ ବୁଝାଇବାରେ ବିଫଳ । ଯାହାକୁ ନେଇ ଆଜି ମଧ୍ୟ ସଂସଦ ମୌସୁମୀ ଅଧିବେଶନର ଏକାଦଶତମ ଦିବସ ଧୋଇ ଯାଇଛି । ବିରୋଧୀ ଆଜି ସଂସଦରେ ପେଗାସସ ଝଡକୁ ନେଇ ତୁମ୍ବିତୋଫାନ କରିଥିବା ବେଳେ, ରାଜ୍ୟସଭାରେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିକୁ ପ୍ରସଙ୍ଗ କରି ବିରୋଧୀ ଘେରିଲେ ସରକାରଙ୍କୁ ।

ଆଜି ଲୋକସଭା ଆରମ୍ଭ ହେବା କ୍ଷଣି ବାଚସ୍ପତି ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେପି ପିଭି ସିନ୍ଧୁ୍ଙ୍କୁ ସଂସଦ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ପରେ ସଂସଦର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ବିରୋଧୀଙ୍କ ହଙ୍ଗାମା ହୋହଲ୍ଲା । ଅନେକ ପ୍ରୟାସ ସତ୍ତ୍ବେ ବିରୋଧୀ ନିଜ ନିଜ ଆସନରେ ଛିଡା ହୋଇ ଲୋନକୁ ଆସି ବିରୋଧ କରିଥିଲେ । ହୋହଲ୍ଲା ମଧ୍ୟରେ ଗୃହ ୪୦ ମିନିଟ ଚାଲିବ ପରେ ପ୍ରଥମେ ବାଚସ୍ପତି ମଧ୍ୟାହ୍ନ ୧୨ ଟା ଓ ପରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଲୋକସଭା ପରି ରାଜ୍ୟସଭା ମଧ୍ୟ ପ୍ରାରମ୍ଭରୁ ହଟ୍ଟଗୋଳରୁ ଆରମ୍ଭ ହୋଇଥିଲା । ବିରୋଧୀ କଂଗ୍ରେସ, ଆପ, ଏସପି ସାଂସଦ ମାନେ କୃଷି ଆଇନ ପ୍ରତ୍ୟାହାର ଦାବି କରି ଲୋନକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ସମ୍ଭବ ନହେବାରୁ ଅଧ୍ୟକ୍ଷ ପ୍ରଥମେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ପରେ ୧୨ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ପୁଣି ପାଟି ତୁଣ୍ଡ କରିବା ସହ ଗୃହକୁ ଅଚଳ କରିବାକୁ ଉଦ୍ୟମ କଲେ । ଉପାଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସ୍ଥିତି ସ୍ବାଭାବିକ ନହେବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା ମଧ୍ୟ ମୁଲତବୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.