ETV Bharat / bharat

ଆସନ୍ତା 19ରୁ ହୋଇପାରେ ମୌସୁମୀ ଅଧିବେଶନ

ସଂସଦୀୟ ମାମଲାର କ୍ୟାବିନେଟ କମିଟି ( ସିସିପିଏ) ମୌସୁମୀ ଅଧିବେଶନ ପାଇଁ କରିଛି ସୁପାରିଶ । ଏହି ଅଧିବେଶନ 13 ଅଗଷ୍ଟ 2021 ଯାଏଁ ଜାରି ରହିବା ନେଇ ଅନୁମାନ । ଅଧିକ ପଢନ୍ତୁ...

author img

By

Published : Jun 29, 2021, 3:56 PM IST

ଆସନ୍ତା 19ରୁ ହୋଇପାରେ ମୌସୁମୀ ଅଧିବେଶନ
ଆସନ୍ତା 19ରୁ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ 19 ଜୁଲାଇରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ସୂଚନା ଅନୁଯାୟୀ ଏହି ଅଧିବେଶନ 13 ଅଗଷ୍ଟ 2021 ଯାଏଁ ଜାରି ରହିବ । ସଂସଦୀୟ ମାମଲାର କ୍ୟାବିନେଟ କମିଟି ( ସିସିପିଏ) ମୌସୁମୀ ଅଧିବେଶନ ପାଇଁ କରିଛି ସୁପାରିଶ ।

ଅଧିବେଶନ ସମୟରେ ସଂସଦ ପରିସର ଭିତରେ ସମସ୍ତ କୋଭିଡ ସମ୍ବନ୍ଧିତ ଗାଇଡଲାଇନର ପାଳନ କରାଯିବ । ଏଭଳିସ୍ଥିତିରେ ଅଧିବେଶନରେ ସାମିଲ ହେବାକୁଥିବା ସମସ୍ତ ସାଂସଦ ଅତିକମରେ କୋଭିଡର ଗୋଟିଏ ଡୋଜ ନେଇସାରିଥିବେ । କେନ୍ଦ୍ର ସରକାରଙ୍କ ପାଇଁ ବର୍ତ୍ତମାନର ମୌସୁମୀ ଅଧିବେଶନ ବଡ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ ।

ପାଖାପାଖି 1 ମାସ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେଶନ ସମୟରେ 20ଟି ବୈଠକ ହେବାର ସମ୍ଭାବନା ରହିଛି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୁଏ ଓ ସ୍ବାଧିନତା ଦିବସ ପୂର୍ବରୁ ଶେଷ ହୁଏ ।

କୋଭିଡର ଦ୍ବିତୀୟ ଲହରୀ ପରେ ଏହା ସଂସଦର ପ୍ରଥମ ବୈଠକ ହେବ । ଏଭିଳିସ୍ଥିତିରେ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ଗୃହରେ ହଙ୍ଗାମା କରିପାରନ୍ତି । ଏହାସହିତ ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳଦର ବୃଦ୍ଧିକୁ ନେଇ ମଧ୍ୟରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ସମ୍ବାଦ ସରବାରହ ସଂସ୍ଥା ପିଟିଆଇ ଅନୁଯାୟୀ ସଂସଦୀୟ ମାମଲାରେ କ୍ୟାବିନେଟ କମିଟି 19 ଜୁଲାଇରୁ 13 ଅଗଷ୍ଟ ଯାଏଁ ମୌସୁମୀ ଅଧିବେଶନର ସୁପାରିଶ କରିଥିଲା । ହେଲେ ତାରିଖ ଉପରେ ଅନ୍ତିମ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମତି ପରେ ନିର୍ଦ୍ଧାରିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.