ଚେନ୍ନାଇ: ଗଛର ଏ ଡାଳରୁ ସେ ଡାଳକୁ ଡେଇଁବା କଥା । ହେଲେ ଦୀର୍ଘ ୩ ମାସ ହେବ ଦୁର୍ଭାଗ୍ୟବଶତଃ ସମୁଦ୍ର ମଝିରେ ଫସି ଯାଇଥିଲା । ଯେଉଁଆଡେ ଚାହିଁଲେ ସମୁଦ୍ରର ଅକାତ ପାଣି । କେମିତି ସେଠୁ ମୁକୁଳିବ ଆଉ ତା ଜୀବନ ସ୍ବାଭାବିକ ହେବ ତାହା ହିଁ ଚିନ୍ତା କରୁଥିଲା । ଆମେ କହୁଛି ତାମିଲନାଡୁର ପୂର୍ବ ଗୋଦାବରୀ କାକିନନ୍ଦା ହାରବୋରେ ଫସିରହିଥିବା ଏକ ମାଙ୍କଡ କଥା । ଯାହାକୁ ୩ ମାସ ପରେ ଉଦ୍ଧାର କରାଯାଇଛି ।
ତିନି ମାସ ହେବ ମାଙ୍କଡଟି ସେଠାରେ କିପରି ଫସିଲା କାରଣ ଜଣା ପଡିନାହିଁ । ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଥିବା ମତ୍ସଜୀବୀ ମାଙ୍କଡଟିକୁ କିଛି ଖାଇବାକୁ ଦିଅନ୍ତି । ମତ୍ସ୍ୟଜୀବୀମାନେ ପ୍ରାକସାମ ଜିଲ୍ଲା କୋଥାପାନମରେ କାର୍ଯ୍ୟ କରୁଥିବା ଏକ ଅଣ-ପଶୁ ସଂଗଠନକୁ ଜଣାଇଥିଲେ । ସେମାନେ ଡଙ୍ଗାରେ ଆସି ମାଙ୍କଡଟିକୁ ଉଦ୍ଧାର କରିବା ପାଇଁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।
ପ୍ରଥମ ଦୁଇ ଦିନ ମାଙ୍କଡ଼ଟି ଫାଶରେ ପଡ଼ି ନଥିଲା । ହେଲେ ସେମାନେ ଚେଷ୍ଟା ଜାରି ରଖିଥିଲେ । ତୃତୀୟ ଦିନରେ ମାଙ୍କଡ଼ଟିକୁ କାବୁ କରି କୂଳକୁ ଆଣାଯାଇଥିଲା । ସେଠାରୁ ତାକୁ କାକିନାଡା ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବା ବେଳେ ଡିଆଁ ମାରି ଗଛ ଉପରକୁ ଚଢିଯାଇଥିଲା ମାଙ୍କଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ