ETV Bharat / bharat

ଟିକା ଗ୍ରହଣ ପରେ ମୋଦିଙ୍କୁ ହିରୋ ସମ୍ବୋଧନ କଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ - ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଟିକାଗ୍ରହଣ କରିବା ପରେ ତାଙ୍କୁ ଦେଶର ପ୍ରକୃତ ହିରୋ ବୋଲି କହି ସମ୍ବୋଧନ କରିଛନ୍ତି ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ

ଟିକା ଗ୍ରହଣ ପରେ ପ୍ରଧାନମନ୍ତ୍ରୀଙ୍କୁ ହିରୋ ବୋଲି ସମ୍ବୋଧନ କଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Mar 2, 2021, 6:42 AM IST

ଚଣ୍ଡିଗଡ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଟିକାଗ୍ରହଣ କରିବା ପରେ ତାଙ୍କୁ ଦେଶର ପ୍ରକୃତ ହିରୋ ବୋଲି କହି ସମ୍ବୋଧନ କରିଛନ୍ତି ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ । ଅନିଲ ବିଜ କହିଛନ୍ତି ଯେ ମୋଦି ଦେଶ ପାଇଁ ସର୍ବଦା ସଠିକ୍ ରାସ୍ତା ସ୍ଥିର କରନ୍ତି। ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ସେ ଠିକ ନିଷ୍ପତ୍ତି ନେଇଥିବା କହିଛନ୍ତି ଅନିଲ ।

ଟିକା ଗ୍ରହଣ ପରେ ପ୍ରଧାନମନ୍ତ୍ରୀଙ୍କୁ ହିରୋ ବୋଲି ସମ୍ବୋଧନ କଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ
ଟିକା ଗ୍ରହଣ ପରେ ପ୍ରଧାନମନ୍ତ୍ରୀଙ୍କୁ ହିରୋ ବୋଲି ସମ୍ବୋଧନ କଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

ସେ ନିଜ ବିଷୟରେ ଏହା ମଧ୍ୟ କହିଛନ୍ତି ଯେ ଟିକା ପରୀକ୍ଷଣ ସମୟେର ସେ ଟିକା ଗ୍ରହଣ କରି ସାରିଛନ୍ତି। ଫଳରେ ତାଙ୍କ ଶରୀରରେ ଉଚିତ ମାତ୍ରାରେ ଆଣ୍ଟିବଡି ବିକଶିତ ହୋଇସାରିଛି । ତେଣୁ ତାଙ୍କର ବର୍ତ୍ତମାନ ପରିସ୍ଥିତିରେ ଆଉ ଟିକା ଗ୍ରହଣ କରିବାର ଆବଶ୍ୟକ ନଥିବା ସେ ସ୍ପଷ୍ଟ କରିଛନ୍ତି । ତାଙ୍କ ଶରୀରରେ ଆଣ୍ଟିବଡିର ମାତ୍ରା 300 ଥିବା ମଧ୍ୟ ପ୍ରକାଶ କରିଛନ୍ତି ଅନିଲ ।

ଆହୁରି ମଧ୍ୟ ସେ କହିଛନ୍ତି ଆଜି କୋଭିଡ ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଉଛି। ଟିକାକରଣକୁ ନେଇ ଦେଶବାସୀଙ୍କ ମଧ୍ୟରେ କୌଣସି ସଂନ୍ଦେହ ବା ଆଶଙ୍କା ରହିବା ଆବଶ୍ୟକ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଟିକା ଗ୍ରହଣ ପରେ ଏହା ଦେଶବାସୀଙ୍କ ଉପରେ ସୁପ୍ରଭାବ ପକାଇବା ନେଇ ମଧ୍ୟ ସେ ମତ ରଖିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.