ETV Bharat / bharat

ନିର୍ବାଚନୀ ପ୍ରଚାର ବେଳେ କୁନି ପିଲାଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ କୁନି ପିଲାଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ ମୋଦି । ପିଲାଙ୍କୁ ପଚାରିଲେ କିଏ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛ । ଅଧିକ ପଢନ୍ତୁ

କୁନି ପିଲାଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ
କୁନି ପିଲାଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ
author img

By

Published : May 3, 2023, 1:31 PM IST

କୁନି ପିଲାଙ୍କ ସହ ମସ୍ତି କଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଧୂଆଁଧାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶାଳ ଜନସଭା ଓ ରୋଡ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ କୁନି କୁନି ପିଲାଙ୍କ ସହ ମସ୍ତି କରୁଥିବାର ଏକ ଦୃଶ୍ୟ ଦେଖାଯାଇଛି । କାଲାବୁରାଗି ଠାରେ ମୋଦି କିଛି ଛୋଟ ପିଲାଙ୍କୁ ଭେଟି ମନଖୋଲି କଥା ହୋଇଥିଲେ । ପିଲାମାନଙ୍କ ସାଙ୍ଗରେ ଥଟ୍ଟମଜା କରିବା ସହ ବଡ ହେଲେ କିଏ କ'ଣ ହେବାକୁ ଚାହୁଁଛ ବୋଲି ସେମାନଙ୍କୁ ପ୍ରଶ୍ନ ପଚାରିଥିଲେ ।

କୁନି କୁନି ପିଲାମାନଙ୍କ ମଧ୍ୟରୁ କିଏ ପୋଲିସ, ଡାକ୍ତର ତ ଆଉ କିଏ ଇଞ୍ଜିନିୟର ହେବାକୁ କହିଥିଲା । ସେଠାରେ ଅନ୍ୟ ଜଣେ ପିଲା ପ୍ରଧାନମନ୍ତ୍ରୀଙ୍କୁ କହିଥିଲା, ମୁଁ ଆପଣଙ୍କର ସିକ୍ୟୁରିଟି ହେବାକୁ ଚାହୁଁଛି । ପିଲାଟିର କଥା ଶୁଣି ସମସ୍ତେ ହସି ଉଠିଥିଲେ । ଏହାପରେ ମୋଦି ପିଲାମାନଙ୍କୁ ପଚାରିଥିଲେ ଯେ, ତୁମମାନେ କେହି ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନ କି ? ପ୍ରଧାନମନ୍ତ୍ରୀ ମୋଦି ଓ କୁନି ପିଲାଙ୍କ ମଧ୍ୟରେ କଥାବାର୍ତ୍ତା ସମୟର ଭିଡିଓ ସେଠାରେ ଉପସ୍ଥିତ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଲାବୁରାଗିସ୍ଥିତ DAR ଗ୍ରାଉଣ୍ଡରେ ଅବତରଣ କରିଥିଲେ । ମେୟର ବିଶାଲ ଦର୍ଗି, ବରିଷ୍ଠ ବିଜେପି କର୍ମୀ ବିଜୟ କୁମାର ସେବାଲାନିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ହେଲିପ୍ୟାଡ ଠାରେ ମୋଦିଙ୍କୁ ସ୍ବାଗତ କରିଥିଲେ । ଏତିକି ବେଳେ ସେବାଲାନିଙ୍କ ହାତରୁ ଆଶା ବାଡି ତଳକୁ ଖସି ପଡିଥିଲା । ଏହାଦେଖି ପ୍ରଧାନମନ୍ତ୍ରୀ ନିଜେ ବାଡିକୁ ଉଠାଇ ତାଙ୍କୁ ଦେଇଥିଲେ । ତେବେ କାଲାବୁରାଗି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଛୋଟ ଛୋଟ ପିଲାଙ୍କୁ ଡକାଯାଇଥିଲା । ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ମନଖୋଲି କଥା ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମତଦାନ ହେବ । ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କର୍ଣ୍ଣାଟକ ଗସ୍ତ କରି ପ୍ରଚାର କରିଛନ୍ତି । କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏଠାକୁ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.