ETV Bharat / bharat

କଂଗ୍ରେସକୁ ଡରନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ

ମୋଦିଙ୍କ ଉପରେ ରାହୁଲଙ୍କ ପାଲଟା ଆକ୍ରମଣ । କଂଗ୍ରେସ ସବୁବେଳେ ସତ କହିଥାଏ । ଏଥିପାଇଁପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଡରନ୍ତି ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ

କଂଗ୍ରେସକୁ ଡରନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ
କଂଗ୍ରେସକୁ ଡରନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ
author img

By

Published : Feb 9, 2022, 9:19 AM IST

Updated : Feb 9, 2022, 9:53 AM IST

ନୂଆଦିଲ୍ଲୀ: କଂଗ୍ରେସକୁ ଡରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାରଣ କଂଗ୍ରେସ ସବୁବେଳେ ସତ କହିଥାଏ । ଏଥିପାଇଁ ସେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସକୁ ଆକ୍ରମଣ କରିଥିଲେ । ପ୍ରଧାନମନ୍ତ୍ରୀ କଂଗ୍ରେସ ଏବଂ ମୋର ଅଜା ଜବହାରଲାଲ୍ ନେହେରୁଙ୍କ ଅସମ୍ମାନ କରିବାକୁ ଭଲ ପାଆନ୍ତି । ଗୃହରେ ପଣ୍ଡିତ ନେହେରୁଙ୍କ ଏକ ଉଦାହରଣ ଦେଇ ପିଏମ୍ ମୋଦି କଂଗ୍ରେସ ଉପରେ ବର୍ଷିବା ପରେ ମଙ୍ଗଳବାର ଏପରି ପାଲଟା ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ରାହୁଲ କହିଛନ୍ତି, ମୋ ଅଜା ଦେଶସେବା କରିଥିଲେ। ଏଥିପାଇଁ ମୁଁ କାହାର ସାର୍ଟିଫିକେଟ୍ ଆବଶ୍ୟକ କରେନି । କିଏ କଣ କହୁଛି ତାହା ମଧ୍ୟ ମୁଁ ଖାତିର୍ କରେନି । କଂଗ୍ରେସ ସତ କୁହେ, ସେଥିପାଇଁ ବିଜେପି ଆମକୁ ଡରୁଛି । ମୁଁ ସଂସଦରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ । ପ୍ରଥମତଃ ଦୁଇଟି ଭାରତ ଅଭିଯାନ, ଦ୍ବିତୀୟରେ ଘରୋଇକରଣ ଏବଂ ତୃତୀୟଟି ହେଉଛି ଚୀନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଜବୁତ୍ ହେବା, ଯାହା ଭାରତ ପାଇଁ ବିପଦ । ହେଲେ ଏସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କୌଣସି ଜବାବ ରଖିଲେ ନାହିଁ । ତେଣୁ ମୋଦି କଂଗ୍ରେସକୁ ଡରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2022, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.