ନୂଆଦିଲ୍ଲୀ: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ବିଜେପିର ସାଂସଦଙ୍କୁ ସକାଳ ବ୍ରେକଫାଷ୍ଟ(ଜଳଖିଆ) ସମୟରେ ଭେଟିଥିଲେ । ଦିଲ୍ଲୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଓଡିଆ ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ସକାଳ ସାଢେ ୮ଟାରୁ ବୈଠକ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ବିଜେପି ସାଂସଦ ଏଥିରେ ଉପସ୍ଥିତ ଥିଲେ ।
ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସାଂସଦ ମାନେ କେମିତି ଲୋକପ୍ରିୟତା ପାଇବେ ସେନେଇ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍କା ସାଥ ସବ୍କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦ ମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଓଡିଶା ସାଂସଦଙ୍କ ଅନ୍ୟ ସାଂସଦ ମାନେ ମଧ୍ୟ ଉପସ୍ଥିତ ଥିଲେ ।