ETV Bharat / bharat

MODI HIMACHAL VISIT: ହିମାଚଳରେ ମୋଦି, ୧୧ ହଜାର କୋଟି ଜଳ ପ୍ରକଳ୍ପ କରିବେ ଶିଳାନ୍ୟାସ - ହିମାଚଳ ପ୍ରଦେଶରେ ମୋଦି

ଆଜି ହିମାଚଳ ପ୍ରଦେଶରେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ବିକାଶ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra modi) । ଏଥିସହ ମଣ୍ଡି ଜିଲ୍ଲା ପଡ୍ଡଲ ପଡ଼ିଆରେ ଆୟୋଜିତ ସମାବେଶକୁ କରିବେ ସମ୍ବୋଧନ । ଅଧିକ ପଢ଼ନ୍ତୁ

modi inaugurate the projects of more than 11,281 crores in himachal pradesh
ଆଜି ହିମାଚଳରେ ୧୧,୨୮୧ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି
author img

By

Published : Dec 27, 2021, 9:56 AM IST

Updated : Dec 27, 2021, 1:33 PM IST

ଶିମଲା: ଆଜି ହିମାଚଳ ପ୍ରଦେଶରେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ବିକାଶ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)। ଏଥିସହ ମଣ୍ଡି ଜିଲ୍ଲା ପଡ୍ଡଲ ପଡ଼ିଆରେ ଆୟୋଜିତ ହୋଇଥିବା ସମାବେଶକୁ ସମ୍ବୋଧନ କରିବେ ।

ଆଜି ସ୍ବାଧୀନତାର ଅମୃତ ଦିବସ ଓ ହିମାଚଳ ପ୍ରଦେଶର ପୂର୍ଣ୍ଣ ରାଜତ୍ବର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି (Narendra Modi)। ଏଥିସହ ପ୍ରଦେଶ ସରକାରଙ୍କ କାର୍ଯ୍ୟକାଳ ୪ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ହିମାଚଳ ପ୍ରଦେଶରେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ଶିମଲାର ପବ୍ବର ନଦୀରେ ୨୦୮୧.୬୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୧୧୧ ମୋଗାୱାଟର ସାବଡ଼ା-କୁଡ୍ଡୁ ଜଳ ବିଦ୍ୟୁତ ପରିଯୋଜନାର ଉଦଘାଟନ କରିବେ । ପ୍ରତିବର୍ଷ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ୩୮୬ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ କରିବା କ୍ଷମତା ରଖିବ । ଯାହାଦ୍ବାରା ହିମାଚଳ ପ୍ରଦେଶର ୧୨୦ କୋଟି ଲୋକ ଲାଭପ୍ରଦ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ସିର୍ମୌର ଜିଲ୍ଲା ଗିରୀ ନଦୀ ୬୭୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ରେଣୁକାଜି ବନ୍ଧ ପ୍ରକଳ୍ପର ମଧ୍ୟ ଶିଲାନ୍ୟାସ କରିବେ । ଏହି ନଦୀ ବନ୍ଧର ସଂରକ୍ଷଣ କ୍ଷମତା ୪୯୮ ମିଲିୟନ କ୍ୟୁବିକ ମିଟର ହେବ । ଯାହାଦ୍ବାରା ଦିଲ୍ଲୀରେ ଜଳର ୪୦ ପ୍ରତିଶତ ଆବଶ୍ୟକତା ପୂର୍ଣ୍ଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2021, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.