ETV Bharat / bharat

ଆସନ୍ତା 25ରେ ୟୁପିର 7 ମେଡିକାଲ କଲେଜକୁ ଉଦଘାଟନ କରିବେ ମୋଦି - ଟି ମେଡିକାଲ କଲେଜ

ଅକ୍ଟୋବର ୨୫ରେ ଉତ୍ତରପ୍ରଦେଶରେ ୭ଟି ମେଡିକାଲ କଲେଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

ଅକ୍ଟୋବର ୨୫ରେ ୟୁପିରେ ୭ଟି ମେଡିକାଲ କଲେଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 17, 2021, 9:07 AM IST

ଲକ୍ଷ୍ନୌ: ଆସନ୍ତା ଅକ୍ଟୋବର ୨୫ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜିଲ୍ଲାର ୭ଟି ମେଡିକାଲ କଲେଜର ଉଦଘାଟନ କରିବେ । ଏନେଇ ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଜିଲ୍ଲାର ସିଦ୍ଧାର୍ଥନଗରର ମେଡିକାଲ କଲେଜ ସହ ଦେଓରିଆ, ଏଟା, ହାରଡୋଇ, ଗାଜିପୁର, ମିର୍ଜାପୁର ଏବଂ ପ୍ରତାପଗଡରେ ମେଡିକାଲ କଲେଜର ଉଦଘାଟନ କରାଯିବ । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସିଦ୍ଧାର୍ଥନଗର ମାଧବ ପ୍ରସାଦ ତ୍ରିପାଠୀ ସ୍ବୟଂଶାସିତ ମେଡିକାଲ କଲେଜରେ ଅନୁଷ୍ଠିତ ହେବେ ।

ଉଦଘାଟିତ ହେବାକୁ ଥିବା ଏହି ମେଡିକାଲ କଲେଜ ଗୁଡିକ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମେଡିକାଲ କଲେଜ ଉଦଘାଟନ ପରେ ୭୦୦ ଏମବିବିଏସ ସିଟ୍ ବୃଦ୍ଧି କରାଯିବ । ଫଳରେ ଆଗାମୀ ଦିନ ଗୁଡିକରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବନାହିଁ । ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ପ୍ରଥମ ଥର ପାଇଁ ଏକା ସାଙ୍ଗରେ ସାତୋଟି ମେଡିକାଲ କଲେଜର ଉଦ୍ଘାଟନ ହେବାକୁ ଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.