ETV Bharat / bharat

250 ବର୍ଷ ବ୍ରିଟିଶ ଶାସନ ଠାରୁ 9 ବର୍ଷରେ ଦେଶକୁ ଅଧିକ ଲୁଟିଛି ମୋଦି ସରକାର: କେଜ୍ରିଓ୍ବାଲ

author img

By

Published : Jul 2, 2023, 9:32 PM IST

ଛତିଶଗଡରେ ନିର୍ବାଚନୀ ସଭାରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କେଜ୍ରିଓ୍ବାଲ । କହିଲେ 250 ବର୍ଷ ବ୍ରିଟିଶ ଶାସନ ଠାରୁ 9 ବର୍ଷରେ ଦେଶକୁ ଅଧିକ ଲୁଟିଛି ମୋଦି ସରକାର । ଆକାଶ ଛୁଆଁ ହେଲାଣି ଅତ୍ଯାବଶ୍ୟକ ସାମଗ୍ରୀ । ଅଧିକ ପଢନ୍ତୁ

250 ବର୍ଷ ବ୍ରିଟିଶ ଶାସନ ଠାରୁ 9 ବର୍ଷରେ ଦେଶକୁ ଅଧିକ ଲୁଟିଛି ମୋଦି ସରକାର: କେଜ୍ରିଓ୍ବାଲ
250 ବର୍ଷ ବ୍ରିଟିଶ ଶାସନ ଠାରୁ 9 ବର୍ଷରେ ଦେଶକୁ ଅଧିକ ଲୁଟିଛି ମୋଦି ସରକାର: କେଜ୍ରିଓ୍ବାଲ

ରାୟପୁର: 250 ବର୍ଷ ବ୍ରିଟିଶ ଶାସନ କାଳ ମଧ୍ୟରେ ଭାରତରୁ ଯେତିକି ସମ୍ପତ୍ତି ଲୁଟ ହୋଇଥିଲା ତାହା ଠାରୁ ଅଧିକ ପରିମାଣର ଲୁଟ ନରେନ୍ଦ୍ର ମୋଦି ଶାସନରେ ହୋଇଛି । ମୋଦି ଶାସନର ମାତ୍ର 9 ବର୍ଷ ମଧ୍ୟରେ ବ୍ରିଟଶ ଶାସନ ଠାରୁ ଅଧିକ ପରିମାଣର ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ଼ ଗସ୍ତ କରିଛନ୍ତି କେଜ୍ରିଓ୍ବାଲ । ଆଜି(ରବିବାର) ବିଳାସପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏପରି ଢଙ୍ଗରେ ନରେନ୍ଦ୍ର ମୋଦି ବିଜେପି ସରକାର ଉପରେ ବର୍ଷିଛନ୍ତି । କେବଳ ବିଜେପି ସରକାର ଗତ 9 ବର୍ଷ ମଧ୍ୟରେ ଇଂରେଜଙ୍କଠାରୁ ଅଧିକ ଜାତୀୟ ସମ୍ପତ୍ତି ଲୁଟ କରିସାରିଲେଣି । ସେହିପରି କଂଗ୍ରେସ ମଧ୍ୟ ଦେଶରେ 75 ବର୍ଷ ଶାସନରେ ଥିବା ସମୟରେ ବ୍ୟାପକ ଲୁଟିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ସେ ପ୍ରଧାନମନ୍ତ୍ରୀଙ୍କ ଶସ୍ତା ଲୋକପ୍ରିୟ ଯୋଜନା (ରାବିଡି ଯୋଜନା ) ଉପାଖ୍ୟାନକୁ ମଧ୍ଯ ମନେ ପକାଇଛନ୍ତି । କହିଛନ୍ତି, ଏହି କଥା ଶୁଣି ପ୍ରଧାନମନ୍ତ୍ରୀ ମୋ ଉପରେ ରାଗି ପାରନ୍ତି । ଆମେ ଜନତାଙ୍କୁ ରାବିଡି ବାଣ୍ଟୁଛୁ ବୋଲି ସେମାନେ ଅଭିଯୋଗ କରୁଛନ୍ତି, ହେଲେ ତାଙ୍କ ନେତାମାନେ ରାବିଡି ଲୁଟିବାରେ ବ୍ୟସ୍ତ । ସେମାନେ ରାବିଡି ଲୁଟ କରି ସେମାନଙ୍କ ଘରକୁ ନେଉଛନ୍ତି । ହେଲେ ଆମେ ସାଧାରଣ ଲୋକଙ୍କ ହାତରେ ରାବିଡି ଦେଉଛି । ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିବା ପରେ ରାଜ୍ୟବାସୀଙ୍କୁ ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଭୋଟ ଦେଇ କ୍ଷମତାକୁ ଆଣିବାକୁ ମଧ୍ୟ ନିବେଦନ କରିଛନ୍ତି ।

ସେହିପରି ଦରଦାମ ବୃଦ୍ଧି ପ୍ରସଙ୍ଗରେ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି, ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହେଲାଣି । ପ୍ରଧାନମନ୍ତ୍ରୀ ମୋଦି ଅନେକ ସାମଗ୍ରୀ ଉପରେ ଟାକ୍ସ ଲଗାଇଛନ୍ତି । ଏପରିକି ଚା’ କଫି ଓ କ୍ଷୀର ଆଦିକୁ ମଧ୍ୟ ସେ ଟାକ୍ସରୁ ବାଦ ଦେଇନାହାନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଯାହା ଫଳରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ବ୍ରିଟିଶମାନେ 250 ବର୍ଷରେ ଲୁଟ୍ କରିନାହାଁନ୍ତି, ତାଠାରୁ ଅଧିକ ମୋଦି ସରକାର ନଅ ବର୍ଷରେ ଯେତିକି ଲୁଟ୍ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଛତିଶଗଡ଼ରେ ଆମ ଆଦମୀ ପାର୍ଟି ସରକାର ଆସିଲେ ଦୁର୍ନୀତି ହଟିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.