ETV Bharat / bharat

ମୋଦି ସରକାରଙ୍କ ବଡ ଘୋଷଣା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ବୀମା - anganwadi workers

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(PMKGY)ରେ ଦେଶର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ବୀମା । ସମଗ୍ର ଦେଶର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପକୃତ ହେବେ । ଅଧିକ ପଢନ୍ତୁ...

ମୋଦି ସରକାରଙ୍କ ବଡ ଘୋଷଣା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ବୀମା

author img

By

Published : Oct 5, 2021, 7:09 PM IST

ନୂଆଦିଲ୍ଲୀ: ଦେଶର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମୋଦି ସରକାରଙ୍କ ବଡ ଘୋଷଣା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(PMKGY)ରେ ଦେଶର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ବୀମା । ସମଗ୍ର ଦେଶର ଲକ୍ଷ ଲକ୍ଷ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପକୃତ ହେବେ ।

ସରକାରଙ୍କ ଘୋଷଣା ଅନୁଯାୟୀ, ଏହି ଯୋଜନାରୁ ୧୩ ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ । ଏହାସହିତ ୧୧ ଲକ୍ଷରୁ ଅଧିକ ଅଙ୍ଗନବାଡ଼ି ସହାୟିକା ମଧ୍ୟ ବୀମା ସୁବିଧା ପାଇବେ । ଏନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, 13 ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀ ଏବଂ 11 ଲକ୍ଷରୁ ଅଧିକ ସହାୟିକାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 50 ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ ।

କରୋନା କାଳରେ ଅଙ୍ଗନବାଡି ଏବଂ ଆଶାକର୍ମୀମାନେ ନିଜ ଜୀବନକୁ ବାଜିରେ ଲଗାଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । କୋଭିଡ ଡ୍ୟୁଟିରେ ଥିବାବେଳେ ଭତ୍ତା ଏବଂ ବୀମା କଭର ପାଇଁ ଦାବି କରିଥିଲେ ଅଙ୍ଗନବାଡି କର୍ମୀ । ଏହା ସହିତ ସେ ନିଯୁକ୍ତିର ନିୟମିତକରଣ ଦାବିରେ ଦେଶବ୍ୟାପୀ ଧର୍ମଘଟ ମଧ୍ୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.